ଭୟଙ୍କର ହେଉଛି ମଣିପୁର ହିଂସା: ରକେଟ୍‌ ମାଡ଼ରେ ଜଣେ ମୃତ

ମଣିପୁର ହିଂସା ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। କିଛିଦିନର ନିରବତା ପରେ ସପ୍ତାହେ ହେଲା କୁକି  ଉଗ୍ରପନ୍ଥୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି।  ମୋଇରାଙ୍ଗ ସହରରେ ଆଜି ରକେଟ୍ ଚାଳିତ ବୋମା ବିସ୍ଫୋରଣରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

DGDGA

LinkedIn

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। କିଛିଦିନର ନିରବତା ପରେ ସପ୍ତାହେ ହେଲା କୁକି  ଉଗ୍ରପନ୍ଥୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି।  ମୋଇରାଙ୍ଗ ସହରରେ ଆଜି ରକେଟ୍ ଚାଳିତ ବୋମା ବିସ୍ଫୋରଣରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର ବିଷ୍ଣୁପୁର ଜିଲ୍ଲାରେ ‌ ହୋଇଥିବା  ଏହି  ଆକ୍ରମଣରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ସମେତ ଅନ୍ୟ ୫ ଜଣ  ମଧ୍ୟ ଆହତ ହୋଇଛନ୍ତି।  ମଣିପୁରର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମାଇରେମ୍ବାମ୍ କୋଇରେଙ୍ଗ ସିଂହଙ୍କ ଘରକୁ ଟାର୍ଗେଟ୍‌ କରି ଉଗ୍ରପନ୍ଥୀମାନେ ରକେଟ୍ ମାଡ଼ କରିଥିଲେ।

 ରକେଟ୍‌ ମାଡ଼ରେ ଜଣେ ମୃତ
 ବିସ୍ଫୋରଣରେ ଧ୍ବସ୍ତ କମ୍ୟୁନିଟି ହଲ୍‌
 ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ

ଗତ ରବିବାର  କୁକି ବିଦ୍ରୋହୀଙ୍କ ଡ୍ରୋନ୍ ଆକ୍ରମଣରେ ପ୍ରଥମ ନାବାଳକ ଆହତ ହୋଇଥିବା ବେଳେ ଆଜି ପୁଣି ଜଣେ ନାବାଳିକା ଆହତ ହେବା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।  ସୁରକ୍ଷା ବାହିନୀକୁ ଚ୍ୟାଲେଂଜ କରି  ଉଗ୍ରପନ୍ଥୀମାନେ  ବିଷ୍ଣୁପୁର ଜିଲ୍ଲାରେ ବୋମା ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଏକ କମ୍ୟୁନିଟି ହଲ୍‌ ଏବଂ ଏହା ସଂଲଗ୍ନ ଆଉ ଏକ ଘର ଧ୍ବସ୍ତ ହୋଇଯାଇଛି। ଆକ୍ରମଣକାରୀ ଚୁରାଚାନ୍ଦପୁର ପର୍ବତ ଉପରୁ ନିକଟସ୍ଥ ଅଞ୍ଚଳକୁ   ଘନଘନ ରକେଟ୍‌ ମାଡ଼ କରିଛନ୍ତି। ଇମ୍ଫାଲଠାରୁ ୪୫ କିମି ଦୂର ଟ୍ରଙ୍ଗଲାଓବିର ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରକେଟ୍‌ ମାଡ଼ ହୋଇଛି।  ପୁଲିସ ଅନୁମାନ କରୁଛି ଯେ ୩ କିମି ଦୂର ପର୍ଯ୍ୟନ୍ତ ରକେଟ୍‌ ଯାଇଛି।  ଉଗ୍ରପନ୍ଥୀଙ୍କ ନିକଟରେ ଅଚାନକ ବହୁ ସଂଖ୍ୟାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ରକେଟ୍‌ ଲଞ୍ଚର ପହଞ୍ଚିଥିବାରୁ ଏ ବାବଦରେ ମଧ୍ୟ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ଉଗ୍ରପନ୍ଥୀମାନେ ବିଷ୍ଣୁପୁର ଜିଲ୍ଲାର ଏକ ଗ୍ରାମରେ ପଶିବାକୁ ପ୍ରୟାସ କରୁଥିବା ବେଳେ ସେଠାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାବାହିନୀ ଓ  ଉଗ୍ରପନ୍ଥୀଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ରାଜ୍ୟରେ ହିଂସାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe