Photograph: (Sambad.in)
ବ୍ରାସିଲିଆ: ବ୍ରାଜିଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କାରେ ୩୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ବ୍ରାଜିଲର ମିନାସ୍ ଜେରାଇସ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ କରୁଣ ଚିତ୍କାର ଶୁଣାଯାଇଥିଲା।
ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ରେ ୪୫ ଜଣ ଯାତ୍ରୀ ଥିଲେ ଏବଂ ଏହା ସାଓ ପାଉଲୋରୁ ଯାତ୍ରା ଆରମ୍ଭ କରିଥିଲା।
ସମସ୍ତ ପୀଡିତଙ୍କୁ ଘଟଣାସ୍ଥଳରୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଅଧିକାରୀ କହିଛନ୍ତି। ଦୁର୍ଘଟଣା କାହିଁକି ଓ କିପରି ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।
ପ୍ରତ୍ୟକ୍ଷଦର୍ଶୀମାନେ ଉଦ୍ଧାରକାରୀ ଦଳକୁ କହିଛନ୍ତି ଯେ, ବସ୍ର ଟାୟାର ଫାଟି ଯାଇଥିଲା, ଯେଉଁଥିପାଇଁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ ଫଳରେ ବସ୍ଟି ଟ୍ରକ୍ ସହିତ ଧକ୍କା ହୋଇଥିଲା।
ଏହି ବସ୍ ସହିତ ଏକ କାର ମଧ୍ୟ ଧକ୍କା ହୋଇଥିଲା। ଏଥିରେ ତିନି ଜଣ ଯାତ୍ରୀ ଥିଲେ। ତେବେ ଏହି ତିନିଜଣ ବଞ୍ଚି ଯାଇଛନ୍ତି।
ସଡକ ଦୁର୍ଘଟଣାରେ ମିନାସ୍ ଜେରାଇସ୍ ରାଜ୍ୟପାଳ ରୋମିଓ ଜେମା ଦୁଃଖ ପ୍ରକାଶ କରିଛନ୍ତି। ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଟୁଇଟ୍ କରିଛନ୍ତି। ମିନାସ୍ ଜେରାଇସ୍ ପ୍ରଶାସନକୁ ସମ୍ପୂର୍ଣ୍ଣ ସକ୍ରିୟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖ୍ରୀଷ୍ଟମାସ ପୂର୍ବରୁ ଘଟିଥିବା ଏହି ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଏନେଇ ଦୁଃଖ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୂୁ: ଖ୍ରୀଷ୍ଟମାସ ବଜାର ଆକ୍ରମଣ: ୭ ଭାରତୀୟ ଆହତ,ମୃତକଙ୍କ ମଧ୍ୟରେ ୯ ବର୍ଷର ଶିଶୁ
ଲୁଲା କହିଛନ୍ତି, ମିନାସ୍ ଜେରାଇସର ଟିଓଫିଲୋ ଓଟୋନିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୦ରୁ ଅଧିକ ଲୋକଙ୍କ ପରିବାର ପାଇଁ ସମଦେବନା ପ୍ରକାଶ କରିଛନ୍ତି।।
ସୂଚନାଯୋଗ୍ୟ, ଏହାପୂର୍ବରୁ ସେପ୍ଟେମ୍ବରରେ ଫୁଟବଲ ଦଳ ନେଇ ଯାଉଥିବା ଏକ ବସ୍ ରାସ୍ତାରେ ଓଲଟି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।
ପରିବହନ ମନ୍ତ୍ରଣାଳୟ ଅନୁଯାୟୀ ୨୦୨୪ମସିହାରେ ବ୍ରାଜିଲରେ ୧୦ ହଜାରରୁ ଅଧିକ ଲୋକ ଟ୍ରାଫିକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଅଧିକ ପଢ଼ନ୍ତୂୁ: ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ନେଇ କ୍ରୋଧିତ ହେଲା ଆମେରିକା
Follow Us