କଶ୍ମୀରରେ ଏବେ ୨ ଗୁଣା ଆତଙ୍କବାଦୀ

Advertisment

୪୫ଦିନରେ ୩୫ରୁ ଊର୍ଦ୍ଧ୍ୱ ସାମିଲ୍‌

୪୫ଦିନରେ ୩୫ରୁ ଊର୍ଦ୍ଧ୍ୱ ସାମିଲ୍‌

କଶ୍ମୀରରେ ଏବେ ୨ ଗୁଣା ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଚଳିତବର୍ଷ ଅଧିକ ସଂଖ୍ୟାରେ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ପାଖାପାଖି ୩୦ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲେ। ତେବେ ଏପ୍ରିଲ ମାସ ପରଠାରୁ ଏହି ସଂଖ୍ୟା ଅଚାନକ୍‌ ବୃଦ୍ଧି ପାଇଥିଲା। ପୁଲିସ ରିପୋର୍ଟରୁ ଜଣାଯାଇଛି ଯେ ଗତ ୪୫ ଦିନ ମଧ୍ୟରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିଯୁକ୍ତି ଦ୍ୱିଗୁଣିତ ହୋଇଛି। ବର୍ଷର ପ୍ରଥମ ୯୦ ଦିନରେ ୩୦ ଯୁବକ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିବାବେଳେ ଗତ ଏପ୍ରିଲ ୧ ତାରିଖରେ ସୁରକ୍ଷାବାହିନୀ ପକ୍ଷରୁ ସ୍ଥାନୀୟ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୧୩ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯିବାରୁ ଏଥିରେ କ୍ରୋଧାନ୍ଵିତ ହୋଇ ପ୍ରାୟ ୩୫ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ଯୁବକ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ସେନାର ଏହି କାର୍ଯ୍ୟାନୁଷ୍ଠାନରେ ହିଜବୁଲ ମୁଜାହିଦ୍ଦିନ୍‌ର ୨ଜଣ ମୁଖ୍ୟ ଆତଙ୍କବାଦୀ ନିହତ ହୋଇଥିଲେ। ଜମ୍ମୁ କଶ୍ମୀର ପୁଲିର ଦ୍ୱାରା ଦକ୍ଷିଣ କଶ୍ମୀରର ୪ଟି ଜିଲ୍ଲାରୁ ସଂଗୃହିତ ତଥ୍ୟରୁ ଜଣାଯାଇଛି ଯେ ଚଳିତ ବର୍ଷ ଜାନୁଆରି ମାସରୁ ଏଯାବତ୍‌ ୬୯ ସ୍ଥାନୀୟ ଯୁବକ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ଗତ ଏପ୍ରିଲ ମାସରେ ସେନା କାର୍ଯ୍ୟାନୁଷ୍ଠାନ ପରେ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି ବୋଲି ପୁଲିସ ରିପୋର୍ଟରୁ ଜଣାଯାଇଛି। ଜଣାଯାଇଛି ଯେ ପୁଲ୍‌ଓ୍ଵାମାରୁ ୨୪ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିବାବେଳେ, ସୋପିଆନ୍‌ରୁ ୧୦ ଜଣ, କୁଲ୍‌ଗାମ୍‌୍‌ରୁ ୩ ଜଣ ଏବଂ ବାନ୍ଦିପୁରା ଓ ଗନ୍ଦେରବଲ୍‌ରୁ ଜଣେ ଲେଖାଏଁ ସ୍ଥାନୀୟ ଯୁବକ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe