ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ସତର୍କ ସୂଚନା ଜାରି; ଟାର୍ଗେଟ୍‌ରେ ୧୦ଜଣ ନେତା

Advertisment
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ସତର୍କ ସୂଚନା ଜାରି; ଟାର୍ଗେଟ୍‌ରେ ୧୦ଜଣ ନେତା

Image Courtesy of Zee News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ପୂର୍ବରୁ ରାଜ୍ୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଗୁଇନ୍ଦ‌ା ସୂଚନାକୁ ଭିତ୍ତିକରି ସତର୍କ ସୂଚନା ଜାରି କରାଯାଇଛି।

ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନ ଗୁଇନ୍ଦା ଏଜେନ୍‌ସି (ଆଇଏସ୍‌ଆଇ) ପଞ୍ଜାବରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି। ଆତଙ୍କବାଦୀମାନେ ଚଣ୍ଡୀଗଡ଼ ଏବଂ ମୋହାଲି ବସ୍‌ ଷ୍ଟାଣ୍ଡ୍‌ରେ ଆକ୍ରମଣ କରିପାରନ୍ତି।

ଏଥିପାଇଁ ପଞ୍ଜାବ ସରକାର ରାଜ୍ୟରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରିଛନ୍ତି।

publive-image Image Courtesy of India Today

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋହାଲି ଗସ୍ତ କରି ‘ଟାଟା କ୍ୟାନ୍‌ସର୍‌ ହସ୍ପିଟାଲ୍‌’ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାଛଡ଼ା, ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର୍‌ ରାନ୍ଧୱା, ପୂର୍ବତନ ମନ୍ତ୍ରୀ ଗୁରକୀରତ କୋତଲି, ବିଜୟୀନ୍ଦର୍‌ ସିଙ୍ଗଲା ଏବଂ ପରମିନ୍ଦର ପିଙ୍କିଙ୍କ ସମତେ ୧୦ଜଣ ରାଜନେତା ଆତଙ୍କବାଦୀଙ୍କ ଟାର୍ଗେଟ୍‌ ତାଲିକାରେ ଥିବା କତା ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ ଅଛି।

କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍‌ସି ପଞ୍ଜାବ ପୁଲିସକୁ ଉକ୍ତ ରିପୋର୍ଟ ଦାଖଲ କରିବା ପରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ପଞ୍ଜାବ ଓ ପାଖ ରାଜ୍ୟଗୁଡ଼ିକରେ ଯେତେ ସମ୍ଭବ ସେତେ ଆତଙ୍କବାଦୀ ଆକ୍ରମଣ ଚଳାଇବାକୁ ଭିନ୍ନ ଭିନ୍ନ ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଉପରେ ପାକିସ୍ତାନୀ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି ଖୁବ୍‌ ଚାପ ପକାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe