ଶ୍ରୀନଗର ମହାରାଜା ହରି ସିଂ ହସ୍‌ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ସୁରକ୍ଷା କର୍ମୀ ମୃତ, ଜଣେ ଗୁରୁତର

Advertisment
ଶ୍ରୀନଗର ମହାରାଜା ହରି ସିଂ ହସ୍‌ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ସୁରକ୍ଷା କର୍ମୀ ମୃତ, ଜଣେ ଗୁରୁତର

SRINAGAR : Kashmiri people walks in front of Shri Maharaja Hari Singh (SMHS) hospital building in Srinagar on Sunday . Photo/Mohd Amin War

ନୂଆଦିଲ୍ଲୀ: ଜାମ୍ମୁ ଓ କଶ୍ମୀରର ଶ୍ରୀନଗରସ୍ଥିତ ଏକ ହସ୍‌ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛିି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ବେଳେ ୩ରୁ ଅଧିକ ଆତଙ୍କବାଦୀ ଶ୍ରୀନଗରସ୍ଥିତ ମହାରାଜା ହରି ସିଂ ହସ୍‌ପିଟାଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କୁ ସେଠାରେ ମୂତୟନ ହୋଇଥିବା ସୁରକ୍ଷା କର୍ମୀ ପାଲଟା ଜବାବ ଦେଇଥିଲେ। ଏଥିରେ ହସ୍ପିଟାଲ ପରିସରରେ ମୂତୟନ ଜଣେ ପୁଲିସ କର୍ମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ସେହି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

publive-image photo credit- india TV

ହସ୍‌ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଖବର ପ୍ରଚାରିତ ହେବା ପରେ ଶ୍ରୀନଗରରେ ହାଇ ଆଲର୍ଟ ଜାରି କରାଯାଇଛି। ଜାମ୍ମୁ ଓ କଶ୍ମୀର ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe