ପାକିସ୍ତାନରେ ଆତଙ୍କବାଦୀଙ୍କ ଲଙ୍କାକାଣ୍ଡ : ପୁଲିସ ଷ୍ଟେସନ ଛାରଖାର, ବ୍ୟାଙ୍କ ଲୁଟିଲେ

ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ସେମାନେ ବନ୍ଧୁକ ଓ ରକେଟ ଧରି ପ୍ରଥମେ ଏକ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ ଓ ପରେ ୨ଟି ବ୍ୟାଙ୍କ ଲୁଟିବା ପରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି ।

WhatsApp Image 2025-07-01 at 19.59.29

କ୍ବେଟା : ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ସେମାନେ ବନ୍ଧୁକ ଓ ରକେଟ ଧରି ପ୍ରଥମେ ଏକ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ ଓ ପରେ ୨ଟି ବ୍ୟାଙ୍କ ଲୁଟିବା ପରେ ନିଆଁ ଲଗାଇଦେଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୯ ଜଣ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି ।

ପାକିସ୍ତାନର ଜଣେ ସରକାରୀ ଅଧିକାରୀ ଜାନ ମହମ୍ମଦ କହିଛନ୍ତି ଯେ ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣ ସମୟରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ଜଣେ ବାଳକର ମୃତ୍ୟୁ ହୋଇଥିଲା। ମହମ୍ମଦ ଆହୁରି ମଧ୍ୟ କହିଛନ୍ତି ଯେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ କିଛି ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଶାହିଦ ରିନ୍ଦ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଏକ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି। ତେବେ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ଏହି ଆକ୍ରମଣ ପଛରେ ବଲୋଚ ମୁକ୍ତି ବାହିନୀ ବା ବିଏଲଏର ହାତ ଥିବା ସଂଦେହ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe