ଇରାନ-ଇରାକ ସୀମାରେ ଭୟାବହ ଭୂକମ୍ପ

Advertisment

୪୦୦ ମୃତ, ୭୦୦୦ ଆହତ : ୭.୩ ତୀବ୍ରତାରେ ଥରିଲା ଦୁଇ ଦେଶ

୪୦୦ ମୃତ, ୭୦୦୦ ଆହତ : ୭.୩ ତୀବ୍ରତାରେ ଥରିଲା ଦୁଇ ଦେଶ

ଇରାନ-ଇରାକ ସୀମାରେ ଭୟାବହ ଭୂକମ୍ପ

ତେହେରାନ(ଇରାନ): ଭୂମଧ୍ୟସାଗରର ପଶ୍ଚିମ ଭାଗରେ ଇରାନ-ଇରାକ ସୀମାରେ ରବିବାର ରାତିରେ ସଂଘଟିତ ଏକ ଶକ୍ତିଶାଳୀ ଭୂମିକମ୍ପ ଅତି କମ୍‌ରେ ୪୦୦ ଜଣଙ୍କ ଜୀବନ ନେଇଛି। ରିଚର ସ୍କେଲ୍‌ରେ ୭.୩ ତୀବ୍ରତାର ଏହି ଭୂକମ୍ପରେ ଆହୁରି ୭,୦୦୦ରୁ ଅଧିକ ଆହତ ହୋଇଥିବା ବେଳେ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବାର ଆଶଙ୍କା ରହିଛି। ଇରାନର ପଶ୍ଚିମ ଭାଗରେ ଥିବା କେର୍ମାଂଶାହ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ପାଖାପାଖି ୭୦ ହଜାର ଲୋକ ବାସହରା ହୋଇପଡ଼ିଛନ୍ତି।
ପୂର୍ବ ଇରାନର ହାଲାବ୍‌ଜା ସହରଠାରୁ ୩୧ କିମି ଦୂରରେ ଭୂପୃଷ୍ଠର ୨୩ କିମି ତଳେ ଭୂକମ୍ପର କେନ୍ଦ୍ର ସୃଷ୍ଟି ହୋଇଥିବା ଜଣାଯାଇଛି। ସଂପୃକ୍ତ ଅଞ୍ଚଳରେ ପ୍ରଥମ ଭୂକମ୍ପ ପରେ ପରେ ଆହୁରି ୧୦୦ ଥର ଝଟକା ଅନୁଭୂତ ହୋଇଛି। ଅନେକ କୋଠାବାଡ଼ି ଭୁଶୁଡ଼ି ମାଟିସ୍ତପରେ ପରିଣତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇରାନ ଓ ଇରାକକୁ ବିଭକ୍ତ କରୁଥିବା ଜାର୍ଗସ ପର୍ବତମାଳା ଅଞ୍ଚଳରେ ଭୂମିକମ୍ପର ପ୍ରଭାବ ସବୁଠୁ ବେଶି ରହିଛି। ତେବେ ଇରାନ ପଟରେ କ୍ଷୟକ୍ଷତିର ମାତ୍ରା ସର୍ବାଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe