ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

Advertisment
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର: ଜମ୍ମୁ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ରାମଗଡ଼ ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟରେ ଆଜି ବିଏସଏଫ୍‌ ଯବାନମାନେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ଆଜି ପ୍ରତ୍ୟୁଷରେ ରାମଗଡ଼ ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟ ବିଏସ୍‌ଏଫ୍‌ ଫାଣ୍ଡି ନିକଟରେ କିଛି ପାକିସ୍ତାନୀ ଆତଙ୍କବାଦୀ ଲୁଚି ରହିଥିବା ଜାଣିପାରି ଯବାନମାନେ ଅତର୍କିତ ଗୁଳିବର୍ଷା କରିଥିଲେ। ଆତଙ୍କବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ ଯବାନ୍‌ମାନଙ୍କ ଗୁଳିକୁ ସାମନା କରିନପାରି ଆତଙ୍କବାଦୀମାନେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ସମଗ୍ର ଇଲାକାରେ ଏବେ କଡ଼ା ସତର୍କ ଜାରି କରାଯାଇ ସର୍ଚ୍ଚ ଅପରେସନ ଚାଲୁ ରହିଛି। ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖରେ ଆନ୍ତର୍ଜାତୀୟ ସୀମା ନିକଟରେ ବିଏସ୍‌ଏଫ୍‌ ଏବଂ ପାକିସ୍ତାନୀ ରେଞ୍ଜର୍ସମାନେ ଏକ ଦ୍ୱିପାକ୍ଷିକ ବୈଠକରେ ସୀମାରେ ଶାନ୍ତି ରକ୍ଷା ପାଇଁ ପ୍ରତିଶ୍ରୁତି ବ୍ୟକ୍ତ କରିଛନ୍ତି। ତେବେ ତାହା ସତ୍ତ୍ୱେ ପାକିସ୍ତାନ ଆତଙ୍କବାଦୀଙ୍କୁ ଏପରି ପ୍ରୋତ୍ସାହିତ କରିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe