ଟେରର୍‌ ଫଣ୍ଡିଙ୍ଗ୍‌: ହଫିଜ୍‌ ସଇଦ, ସୟେଦ୍‌ ସଲାହୁଦ୍ଦିନ ଏବଂ ଅନ୍ୟ ୧୦ ଜଣଙ୍କ ନାଁ’ରେ ଚାର୍ଜସିଟ୍‌ ଦାଖଲ କଲା ଏନ୍‌ଆଇଏ

Advertisment
ଟେରର୍‌ ଫଣ୍ଡିଙ୍ଗ୍‌: ହଫିଜ୍‌ ସଇଦ, ସୟେଦ୍‌ ସଲାହୁଦ୍ଦିନ ଏବଂ ଅନ୍ୟ ୧୦ ଜଣଙ୍କ ନାଁ’ରେ ଚାର୍ଜସିଟ୍‌ ଦାଖଲ କଲା ଏନ୍‌ଆଇଏ

Image Courtesy of Zee News

ନୂଆଦିଲ୍ଲୀ: ଗୁରୁବାର ଦିନ ଏନ୍‌ ଆଇ ଏ ଲସ୍କର-ଇ-ତୈବାର ମୁଖ୍ୟ ହାଫିଜ୍‌ ସଇଦ୍‌ ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟେଦ୍‌ ସଲାହୁଦ୍ଦିନଙ୍କ ସମେତ ଅନ୍ୟ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ସେମାନେ କଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇଥିବା କୁହାଯାଉଛି।

ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ଦିଲ୍ଲୀର ଏକ ଡେଜିଗ୍‌ନେଟେଡ୍‌ କୋର୍ଟରେ ୧, ୨୭୯ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରି ତଦନ୍ତ ଚାଲୁ ରଖିବା ପାଇଁ ଅନୁମତି ମାଗିଛି।

publive-image
ଏହି ମାମଲାରେ ସମ୍ପୃକ୍ତ ଥାଇ ଗିରଫ ହୋଇଥିବା ୧୦ ଜଣ ଲୋକଙ୍କର ଗୁରୁବାର ଦିନ ବିଚାର ବିଭାଗ ହାଜତ ରହଣି ଶେଷ ହେଉଥିଲା।
ଏନ୍‌ଆଇଏ ଅଧିକାରୀମାନେ କହନ୍ତି: ତଦନ୍ତ ସମୟରେ ସେମାନେ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଏବଂ ବୈଷୟିକ ପ୍ରମାଣ ସଂଗ୍ରହ କରିଛନ୍ତି। ୬୦ଟି ସ୍ଥାନରେ ଚଢ଼ାଉ କରାଯାଇ ୯୫୦ଟି ଦଲିଲ୍‌ ଜବତ କରାଯାଇଛି। ଏହି ମାମଲାରେ ୩୦୦ ଜଣ ସାକ୍ଷୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe