ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦୀନ୍‌ର ମୁଖ୍ୟ ଡକ୍ଟର ସୈଫୁଲ୍ଲା ମିର୍‌ ନିହତ

Advertisment
ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦୀନ୍‌ର ମୁଖ୍ୟ ଡକ୍ଟର ସୈଫୁଲ୍ଲା ମିର୍‌ ନିହତ

Image Courtesy of Zee News

ଶ୍ରୀନଗର: ଶ୍ରୀନଗର ଜିଲ୍ଲାର ରଙ୍ଗରେଥ ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍‌ ମୁଜାହିଦୀନ୍‌ର ନୂତନ ମୁଖ୍ୟ ଡକ୍ଟର ସୈଫୁଲ୍ଲା ମିର୍‌ ଓରଫ୍‌ ଗାଜି ହାଇଦର୍‌ ନିହତ ହୋଇଥିବା କଥା ରବିବାର ଦିନ ପୁଲିସ କହିଛି।

କଶ୍ମୀର ଆଇ.ଜି. ବିଜୟ କୁମାର ଏହି ଖବରକୁ ସୁନିଶ୍ଚିତ କରି କହିଛନ୍ତି, ସୈଫୁଲ୍ଲା ନାମକ ଜଣେ ଆତଙ୍କବାଦୀ କମାଣ୍ଡର୍‌ ନିହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର୍‌ ସମୟରେ ସହର ଉପକଣ୍ଠରେ ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ମଧ୍ୟ ନିରାପତ୍ତା ବଳ ଗିରଫ କରିଛନ୍ତି।

ଘଟଣାସ୍ଥଳରେ ଗୁଳିବିନିମୟ ଶେଷ ହୋଇଛି, କିନ୍ତୁ ତଲାସ ଅଭିଯାନ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

publive-image Image Courtesy of NDTV

ଏହି ଅଭିଯାନ ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ବ‌ୋଲି ପୁଲିସ କହିଛି। ଆତଙ୍କବାଦୀମାନଙ୍କ ସହ ‘ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌’ ଏବଂ ‘ସିଆର୍‌ପିଏଫ୍‌’ର ମିଳିତ ଦଳଙ୍କର ଗୁଳି ବିନିମୟ ହୋଇଥିଲା। ରଙ୍ଗ‌ରେଥରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲେ। ତଲାସ ଚାଲିଥିବା ବେଳେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ଘଟଣାସ୍ଥଳରୁ ଗୋଟିଏ ଏକେ-୪୭, ଗୋଟିଏ ପିସ୍ତଲ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ଗତ ମେ’ ମାସରେ ରେୟାଜ୍‌ ନାଇକୁ ନିହତ ହେବା ପରେ ୩୧ ବର୍ଷିୟ ଡକ୍ଟର ସୈଫୁଲ୍ଲା ହିଜବୁଲ୍‌ ମୁଜାହିଦୀନ୍‌ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସୈଫୁଲ୍ଲା ଥିଲେ ବୁର୍ହାନ୍‌ ୱାନି ସଂଗଠନର ଶେଷ ଜୀବିତ ଆତଙ୍କବାଦୀ। ଜମ୍ମୁ ଓ କଶ୍ମୀରର ‘ମୋଷ୍ଟ୍‌ ୱାଣ୍ଟେଡ୍‌’ ଆତଙ୍କବାଦୀ ସୈଫୁଲ୍ଲାଙ୍କୁ ନିରାପତ୍ତା ବଳ ‘ଏ++’ ବର୍ଗ ଆତଙ୍କବାଦୀ ତାଲିକାଭୁକ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe