ମାରୁୟୁପୋଲ୍‌ରେ ଆତଙ୍କ: ଷ୍ଟିଲ୍‌ପ୍ଲାଣ୍ଟ୍‌ରୁ ଉଦ୍ଧାର ପରେ ଭୟଙ୍କର ବୋମମାଡ଼

Advertisment

ଓଡ଼େଶାରେ ଜୋରଦାର ଆକ୍ରମଣ, ଡୋନେସ୍କରେ ବୋମାମାଡ଼,୪ ମୃତ

ଓଡ଼େଶାରେ ଜୋରଦାର ଆକ୍ରମଣ, ଡୋନେସ୍କରେ ବୋମାମାଡ଼,୪ ମୃତ

ମାରୁୟୁପୋଲ୍‌ରେ ଆତଙ୍କ: ଷ୍ଟିଲ୍‌ପ୍ଲାଣ୍ଟ୍‌ରୁ ଉଦ୍ଧାର ପରେ ଭୟଙ୍କର ବୋମମାଡ଼

କିବ୍‌: ୟୁକ୍ରେନର ମାରିୟୁପୋଲ୍‌ ସ୍ଥିତ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ବଙ୍କର ମଧ୍ୟରେ ଦୀର୍ଘ ୨ ମାସ ଧରି ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରାଯାଉଛି। ରବିବାର ଦିନ ମାରିୟୁପୋଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ବୟସ୍କ, ମହିଳା ଏବଂ ଶିଶୁଙ୍କ ସମେତ ୧୦୦ରୁ ଅଧିକ ନାଗରିକ ଉଦ୍ଧାର ହୋଇଛନ୍ତି। କିନ୍ତୁ ଉଦ୍ଧାର ସତ୍ତ୍ବେ ମଧ୍ୟ ଭୟର ବାତାବରଣ ଦୂର ହୋଇନାହିଁ। ରବିବାର ଉଦ୍ଧାର କାର୍ଯ୍ୟ ଆଂଶିକ ଭାବେ ଶେଷ ହେବାପରେ ରାତିସାରା ପ୍ଲାଣ୍ଟ୍‌ରେ ଭୟଙ୍କର ବୋମାମାଡ଼ ହୋଇଛି। ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଥିବା ଜଣେ ୟୁକ୍ରେନ୍‌ କମାଣ୍ଡର କହିଛନ୍ତି, ପ୍ରଥମ ବ୍ୟାଚ୍‌ରେ ୧୦୦ରୁ ଅଧିକ ନାଗରିକ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଛାଡ଼ିଛନ୍ତି। କିନ୍ତୁ ଏହାପରେ ରୁଷ୍‌ ରାତିସାରା ଭୟଙ୍କର ବୋମାମାଡ଼ କରିଛି। ଆଜି ମଧ୍ୟ ଷ୍ଟିଲ୍ ପ୍ଲାଣ୍ଟ୍‌ରୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ଦୀର୍ଘ ୨ ମାସର ଅନ୍ଧକାର ପରେ ଗତକାଲି ଉଦ୍ଧାର ହୋଇଥିବା ନାଗରିକମାନେ ରୁଷ୍‌ ଅକ୍ତିଆରରେ ଥିବା ବେଜିମେନ୍ନ‌ରେ ପହଞ୍ଚିଛନ୍ତି। ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ଉଦ୍ଧାର ହେବାପରେ ଲୋକମାନେ ସେମାନଙ୍କ ଦୁଃଖକଷ୍ଟ ବଖାଣିଛନ୍ତି। ପ୍ରତି ମୁହୂର୍ତ୍ତରେ କିଭଳି ବୋମାମାଡ଼ ହେଉଥିଲା ଏବଂ ବଙ୍କର୍‌ ମଧ୍ୟ‌ରେ ଅକ୍ସିଜେନ୍‌ ସ୍ତର କମିଯାଉଥିଲା ତା‌ହା ସେମାନେ କହିଛନ୍ତି।

ସୋମବାର ଦିନ ମଧ୍ୟ ଆଜବ‌ଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ଉଦ୍ଧାର କାର୍ଯ୍ୟ ପାଇଁ ଯୋଜନା ହୋଇଥିଲା। ୧୦୦ରୁ ଅଧିକ ନାଗରିକ ଜାପୋରିଝିଆରେ ପହଞ୍ଚିବେ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। କିନ୍ତୁ ସୋମବାର ମାରିୟୁପୋଲ୍‌ରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି। ନାଗରିକମାନେ ବସ୍‌କୁ ଅପେକ୍ଷା କରି ରହିଥ‌ିଲେ ମଧ୍ୟ ବସ୍‌ ଆସିବାରେ ବହୁତ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଦକ୍ଷିଣପଶ୍ଚିମ ୟୁ‌କ୍ରେନ୍‌ରେ ରୁଷ୍‌ ଆକ୍ରମଣ ଜୋରଦାର କରିଛି। ଓଡ଼େଶା ଅଞ୍ଚଳର ନିଷ୍ଟର୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଜ୍‌କୁ ରୁଷ୍‌ ରକେଟ୍‌ ମାଡ଼ କରି ଧ୍ବଂସ କରିଦେଇଛି। ଓଡ଼େଶାର ଏକ ବିଶାଳ ଦକ୍ଷିଣ ଭାଗକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଉପରେ ରୁଷ୍‌ ପୂର୍ବରୁ ମଧ୍ୟ ୨ଥର ଆକ୍ରମଣ କରିଛି। ଡୋନେସ୍କରେ ବୋମାମାଡ଼ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe