ନାଗପୁରରେ ଆତଙ୍କ, ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଟେଲର୍‌ଙ୍କ ଆତ୍ମହତ୍ୟା

Advertisment
ନାଗପୁରରେ ଆତଙ୍କ, ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଟେଲର୍‌ଙ୍କ ଆତ୍ମହତ୍ୟା

Times Now

ନୂଆଦିଲ୍ଲୀ: ନାଗପୁରରେ ଏକ ଭୟଙ୍କର ଘଟଣା ଆତଙ୍କ ଖେଳାଇ ଦେଇଛି। ଜଣେ ୪୫ ବର୍ଷୀୟ ଯୁବକ ନିଜ ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ନାଗପୁର ପଚପୌଲି ଅଞ୍ଚଳରେ ଗତ ରବିବାର ରାତିରେ ଏହି ଘଟଣା ଘଟିଥିଲା। ଅତିରିକ୍ତ ମୁମ୍ବାଇ ପୁଲିସ କମିସନର ସୁନିଲ ଫୁଲାରୀ ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ କହିଛନ୍ତି, ଆଲୋକ ମତୁକାର ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ, ଝିଅ ଏବଂ ପୁଅକୁ ତଣ୍ଟି କାଟି ହତ୍ୟା କରିଥିଲା। ଏହାପରେ ସେ ନିଜ ଘରଠାରୁ ୨୦୦ ମିଟର ଦୂର ନିଜ ଶଶୁର ଘରକୁ ଯାଇ ଶାଶୂ ଏବଂ ଶାଳୀକୁ ହତ୍ୟା କରିଥିଲା। ପରେ ନିଜ ଘରକୁ ଫେରି ସିଲିଂ ଫ୍ୟାନ୍‌ରେ ସେ ନିଜେ ଝୁଲିଯାଇଥିଲେ।

ସୋମବାର ଦିନ ଅନେକ ସମୟ ପର୍ଯ୍ୟନ୍ତ ଉକ୍ତ ପରିବାରର କାହାକୁ ନଦେଖିବାପରେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ଜଣେ ବ୍ୟକ୍ତି ମତୁକାରଙ୍କ ଘର ଭିତରକୁ ଝରକାପଟେ ଅନେଇବା ପରେ ମୃତଦେହ ପଡ଼ିଥିବା ଦେଖିଥିଲେ। ସେ ସଙ୍ଗେସଙ୍ଗେ ପୁଲିସକୁ ଫୋନ୍‌ କରି ଡକାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ଅଭିଯୁକ୍ତ ମତୁକାର୍‌ର ଶଶୁର ଘରେ ଅନ୍ୟ ୨ଟି ମୃତଦେହ ଜବତ ହୋଇଥିଲା। କୌଣସି ଘରୋଇ କଳହରୁ ମତୁକାର ଏଭଳି ଜଘନ୍ୟ କାଣ୍ଡ ଘଟାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe