ନରୱେରେ ଆତଙ୍କ: ଫାଇଜର କୋଭିଡ୍‌ ଟିକା ନେବା ପରେ ୨୩ ମୃତ

Advertisment

ସବୁ ମୃତକଙ୍କ ବୟସ ୮୦ ବର୍ଷରୁ ଅଧିକ

ସବୁ ମୃତକଙ୍କ ବୟସ ୮୦ ବର୍ଷରୁ ଅଧିକ

ନରୱେରେ ଆତଙ୍କ: ଫାଇଜର କୋଭିଡ୍‌ ଟିକା ନେବା ପରେ ୨୩ ମୃତ

ଓସ୍‌ଲୋ: ନରୱେରେ ଫାଇଜର କୋଭିଡ୍‌ ଟିକା ନେବାପରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଟିକାର ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ହୋଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସମସ୍ତ ମୃତକ ବରିଷ୍ଠ ନାଗରିକ ଏବଂ ସେମାନଙ୍କ ବୟସ ୮୦ ବର୍ଷରୁ ଅଧିକ ଥିବାରୁ ସରକାର ଟିକାକରଣ ନିୟମାବଳି ମଧ୍ୟ ବଦଳାଇ ଦେଇଛନ୍ତି ଏବଂ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏକ ୟୁରୋପୀୟ ରାଷ୍ଟ୍ର ବେଲିଜୟମ୍‌ରେ ମଧ୍ୟ ଫାଇଜର ଟିକା‌ ନେବାର ୫ ଦିନ ପରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ଏହାର ତଦନ୍ତ ଜାରି ଜାରି ରହିଛି। ନରୱେରେ ଟିକାକରଣକୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ ସରକାରଙ୍କ ଦ୍ବାରା ଚାଲିଥିବା ଯାଞ୍ଚ ଉପରେ ନଜର ରଖିଛନ୍ତି। ତେବେ ୨୩ ଜଣଙ୍କ ମୃତ୍ୟୁ ସତ୍ତ୍ବେ ନରୱେରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଯେଉଁ ବରିଷ୍ଠ ନାଗରିକଙ୍କ ‌ଟିକା ନେବାପରେ ମୃତ୍ୟୁ ହୋଇଛି ସେମାନେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରିବା ପୂର୍ବରୁ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ସ୍ଥିତି ସଂପର୍କରେ ଭଲଭାବେ ଅବଗତ ହେବାକୁ ପଡ଼ିବ ବୋଲି କୁହାଯାଇଛି । ନରୱେରେ ଜାନୁଆରି ୪ରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପ୍ରାୟ ୩୬ ହଜାର ଲୋକ ଟିକା ନେଇ ସାରିଛନ୍ତି। ସରକାର ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଫାଇଜର ଟିକାର ପାର୍ଶ୍ବ ପ୍ରତିକ୍ରିୟା ରହିବ ଏବଂ କିଛି ଲୋକଙ୍କ କ୍ଷେତ୍ରରେ ଏହା ସାଂଘାତିକ ମଧ୍ୟ ହୋଇପାରେ। ପର୍ତ୍ତୁଗାଲରେ ମଧ୍ୟ ଫାଇଜର ଟିକା ନେବାର ୨ ଦିନ ପରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ପରିବାର ଲୋକଙ୍କ ରିପୋର୍ଟ ଆଧାରରେ ଏବେ ପ୍ରଶାସନ ଏହି ମାମଲାର ଯାଞ୍ଚ କରୁଛି। ଆମେରିକା ଏବଂ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ ଏବେ ଚାଲିଥିବା ଟିକାକରଣରେ ଫାଇଜର ଟିକା ହିଁ ବହୁଳ ବ୍ୟବହାର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe