କୁକୁର ମୁହଁରୁ କୁନି ଶିଶୁକୁ ଟାଣି ଆଣି ଜୀବନ ବଞ୍ଚାଇଲା ମା‘

Advertisment
କୁକୁର ମୁହଁରୁ କୁନି ଶିଶୁକୁ ଟାଣି ଆଣି ଜୀବନ ବଞ୍ଚାଇଲା ମା‘

ନୂଆଦିଲ୍ଲୀ: ଦିଲ୍ଲୀରେ କୁକୁରମାନଙ୍କର ଆତଙ୍କ ବନ୍ଦ ହେବାର ନାମ ନେଉନାହିଁ। ବର୍ତ୍ତମାନ ଦିଲ୍ଲୀର ବିଶ୍ୱାସ ନଗରଠାରେ ଏକ ଛୋଟ ଶିଶୁ ଉପରେ ଆକ୍ରମଣ କରିଛି ବୁଲା କୁକୁର। ନିଜ ପୁଅକୁ କୋଳରେ ଧରି ଜଣେ ମହିଳା ଯାଉଥିବା ବେଳେ ହଠାତ୍ ବୁଲା କୁକୁର ତାଙ୍କ ଉପରକୁ ଆକ୍ରମଣ କରିଥିଲା। ପିଲାଟିକୁ କାମୁଡ଼ି ଧରି ଚାଲିଯିବାକୁ ଚାହୁଥିଲା କୁକୁର। ହେଲେ ସେଠାରେ ଥିବା ଅନ୍ୟ ଲୋକମାନେ ଉଭୟ ମା’ ଓ ପୁଅକୁ ବଞ୍ଚାଇଥିଲେ ବୋଲି ଜଣାପଡ଼ିଛି।

ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ବୁଲା କୁକୁରମାନଙ୍କର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏକ ବର୍ଷ ମଧ୍ୟରେ ଦିଲ୍ଲୀରେ କୁକୁରମାନଙ୍କ ଆକ୍ରମଣ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୩ମାସରେ, ବସନ୍ତ କୁଞ୍ଜରେ ବୁଲା କୁକୁର କାମୁଡ଼ିବା ହେତୁ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା।  ଏହା ପରେ ପ‌ରେ ଦେଶର ବିଭିନ୍ନ‌ କୋଣରେ କୁକୁରମାନଙ୍କ ଆତଙ୍କର ଖବର ଆସିଥିଲା। କିଛି ପୋଷା କୁକୁର ମଧ୍ୟ ଲୋକଙ୍କୁ ଆକ୍ରମଣ କରିବାର ଖବର ସାମ୍ନାକୁ ଆସିଥିଲା, ଯାହାକୁ ନେଇ ବିବାଦ ଦେଖା ଦେଇଥିଲା।

କିଛି ଦିନ ତଳେ ୨ଭାଇ-ଭଉଣୀ ସ୍କୁଲରୁ ଫେରୁଥିବା ବେଳେ କୁକୁର ଭୁକିବାରୁ ଡରି ଯାଇଥିଲେ। କାମୁଡ଼ିଦେବା ଡରରେ ଦୁହେଁ ଦୌଡ଼ୁଥିବା ବେଳେ ଦୁହିଁଙ୍କୁ ଟ୍ରକ୍ ଧକ୍କା ଦେଇଥିଲା, ଯାହା ପରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe