ଦଶହରାରେ ଛଅଟି ରାଜ୍ୟରେ ବିସ୍ଫୋରଣ କରି ରେଳଷ୍ଟେସନ୍‌ ଓ ମନ୍ଦିର ଧ୍ୱଂସ କରିବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ

ଦଶହରାରେ ଛଅଟି ରାଜ୍ୟରେ ବିସ୍ଫୋରଣ କରି ରେଳଷ୍ଟେସନ୍‌ ଓ ମନ୍ଦିର ଧ୍ୱଂସ କରିବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ

ରେଓ୍ଵାରି: ଛଅଟି ରାଜ୍ୟରେ ବିସ୍ଫୋରଣ କରି ରେଳବାଇ ଷ୍ଟେସନ୍‌ ଏବଂ ମନ୍ଦିର ଧ୍ୱଂସ କରିବାକୁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ ଦେଇଥିବା ଗୋଟାଏ ଧମକ-ଚିଠି ନିରାପତ୍ତା ଏଜେନ୍‌ସିମାନେ ପାଇଛନ୍ତି।

ଚିଠି ଅନୁସାରେ, ଅକ୍ଟୋବର ମାସରେ ପଡୁଥିବା ଦଶହରା ସମୟରେ ଛଅଟି ରାଜ୍ୟର ଅନ୍ୟୂନ ୧୧ଟି ରେଳବାଇ ଷ୍ଟେସନ୍‌ ଏବଂ ଛଅଟି ମନ୍ଦିର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ଧମକ ଦେଇଛି।

ରୋହତକ୍‌ ବ୍ୟତିରେକେ, ରେଓ୍ଵାରି, ହିସାର୍‌, କୁରୁକ୍ଷେତ୍ର, ମୁମ୍ବାଇ ସହର, ବେଙ୍ଗାଲୁରୁ, ଚେନ୍ନାଇ, ଜୟପୁର, ଭୋପାଳ, କୋଟା ଏବଂ ଇତାର୍‌ସିରେ ଥିବା ରେଳବାଇ ଷ୍ଟେସନ୍‌ ଏବଂ ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଥିବା ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ କରାଯିବ ବୋଲି ଏହି ଚିଠିରେ ଧମକ ଦିଆଯାଇଛି।

publive-image Image Source: Zee News

ହରିୟାଣାରେ ଅକ୍ଟୋବର ୮ ତାରିଖ ଦିନ ରେଓ୍ଵାରି ରେଳବାଇ ଷ୍ଟେସନ ଉପରେ ଆକ୍ରମଣ କରାଯିବ ବୋଲି ଆତଙ୍କବାଦୀ ସଙ୍ଗଠନ ଧମକ ଦେଇଛି। ସାଧାରଣ ଡାକରେ ଆସିଥିବା ଚିଠିଟିକୁ ଶନିବାର ଅପରାହ୍ଣ ୩ଟା ବେଳେ ରୋହତକ୍‌ ଜଙ୍କ୍‌ସନ୍‌ ଷ୍ଟେସନ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ଅଫିସ ପାଇଛି।

publive-image Image Source: Zee News

ଚିଠିରେ ପାକିସ୍ତାନର କରାଚିବାସୀ ମାସୁଦ ଅହମଦ ନାମ ଉଲ୍ଲେଖ କରାଯାଇଛି।

ହରିୟାଣା ପୁଲିସ ଏ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe