ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରିଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଅନନ୍ତନାଗ ଏନ୍‌କାଉଣ୍ଟର୍‌ରେ ନିହତ

ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରିଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଅନନ୍ତନାଗ ଏନ୍‌କାଉଣ୍ଟର୍‌ରେ ନିହତ

ଶ୍ରୀନଗର: ଶୁକ୍ରବାର ସକାଳେ ଅନନ୍ତନଗର ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବରିଷ୍ଠ କଶ୍ମୀରୀ ସାମ୍ବାଦିକ ସୁଜାତ ବୁଖାରିଙ୍କ ହତ୍ୟାକାରୀ।

ସେ ଆତଙ୍କବାଦୀଜଣକ ହେଉଛି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈବାର ସଦସ୍ୟ ଅଜାଦ ଅହମଦ୍‌ ମାଲିକ ଓରଫ ଆଜାଦ ଦାଦା। ତାଙ୍କ ଘର ଅନନ୍ତନାଗର ଅର୍‌ଓ୍ଵାନି ଗାଁ’ରେ।

ଶୁକ୍ରବାର ପ୍ରତ୍ୟୁଷରେ ସେକିପୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ମରି ଥିବା ୬ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ମାଲିକ ଅନ୍ୟତମ। ଏଥିରେ ମରି ଥିବା ଅନ୍ୟ ୫ ଜଣ ଆତଙ୍କବାଦୀ ହେଉଛନ୍ତି, ଉନୈସ୍‌ ଶୈଫି, ଶହିଦ ବଶିର, ବସିତ ଇଶତିୟାକ୍‌, ଅକିବ ନାଜର ଏବଂ ଫିରଦୌସ୍‌ ନାଜର।

ଆଞ୍ଚଳିକ ଦୈନିକୀ ‘ରାଇଜିଙ୍ଗ୍‌ କଶ୍ମୀର’ର ମୁଖ୍ୟ ସଂପାଦକ ଥିବା ବୁଖାରିଙ୍କୁ ଜୁନ୍‌ ୧୪ ତାରିଖ ଦିନ ଶ୍ରୀନଗରସ୍ଥିତ ପ୍ରେସ୍‌ ଏନ୍‌କ୍ଲେଭ୍‌ ଠାରେ ଥିବା ତାଙ୍କ କାର୍ଯ୍ୟାଳୟ ବାହାରେ ତିନି ଜଣ ଲୋକ ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe