ଜମ୍ମୁ ଓ କଶ୍ମୀରର ଡୋଡ଼ାରୁ ଆତଙ୍କବାଦୀ ଗିରଫ; ଅସ୍ତ୍ରଶସ୍ତ୍ର ଉଦ୍ଧାର

Advertisment
ଜମ୍ମୁ ଓ କଶ୍ମୀରର ଡୋଡ଼ାରୁ ଆତଙ୍କବାଦୀ ଗିରଫ; ଅସ୍ତ୍ରଶସ୍ତ୍ର ଉଦ୍ଧାର

Image Courtesy of India Today

ଦୋଦା: ରବିବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଡୋଡ଼ା ଉପକଣ୍ଠରୁ ନିରାପତ୍ତା ବଳ ଜଣେ ଆତଙ୍କବାଦୀଙ୍କୁ ଗିରଫ କରି ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଉଦ୍ଧାର କରିଛନ୍ତି।

ଗିରଫ ଆତଙ୍କବାଦୀ ହେଉଛନ୍ତି କୋଟୀ ଡୋଡ଼ାବାସୀ ଗୁଲାମ୍‌ ହସନଙ୍କ ପୁଅ ଫରୀଦ୍‌ ଅହମଦ୍‌। ନିରାପତ୍ତା ବଳ ତାଙ୍କଠାରୁ ଗୋଟାଏ ଚୀନା ନିର୍ମିତ ପିସ୍ତଲ୍‌, ଦୁଇଟି ମାଗାଜିନ୍‌, ୧୪ଟି ଅଫୁଟା ଗୁଳି କ୍ୟାଟ୍ରିଜ୍‌ ଏବଂ ଗୋଟାଏ ମୋବାଇଲ୍‌ ଫୋନ୍‌ ଉଦ୍ଧାର କରିଛନ୍ତି।

ଅମରନାଥ ଯାତ୍ରା ପୂର୍ବରୁ ନିରାପତ୍ତା ବ୍ୟବସ୍ଥା କଠୋର କରାଯିବା ପରେ ଡୋଡ଼ା ନଗରୀ ଉପକଣ୍ଠରେ ପୁଲିସ ଟିମ୍‌ ବସାଇଥିବା ‘ଚେକ୍‌ ପଏଣ୍ଟ୍‌’ରେ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବା ଫରୀଦ୍‌ଙ୍କୁ ଅଟକା ଯାଇଥିଲା।

publive-image Image Courtesy of Indianewsaajtak

ଏହାପରେ ତାଙ୍କୁ ହାଜତକୁ ନିଆଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଲା ଯେ, ମାର୍ଚ ମାସରେ ଜଣେ ସନ୍ଦିଗ୍ଧଙ୍କଠାରୁ ଫରୀଦ୍‌ ଗୁଳିଗୋଳା ପାଇଥିଲା। ଡୋଡ଼ାରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଲାଗି ତାଙ୍କୁ ଦାୟିତ୍ବ ଦିଆଯାଇଥିଲା।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଫରୀଦ୍‌ଙ୍କୁ ପୂର୍ଣ୍ଣରୂପେ ଆତଙ୍କବାଦୀ ସଂସ୍କାର ଦିଆଯାଇଛି ଏବଂ ସୀମାପାରିରେ ଥିବା ଆତଙ୍କବାଦୀ କମାଣ୍ଡର୍‌ମାନଙ୍କଠାରୁ ଫୋନ୍‌ କଲ୍‌ ଗ୍ରହଣ କରୁଥିଲା। କଶ୍ମୀର ଉପତ୍ୟକାରେ ଥିବା ଆତଙ୍କବାଦୀ ସଂଗଠନ ପାଇଁ କାମ କରିବାକୁ ତାଙ୍କୁ ପ୍ରରୋଚିତ କରାଯାଇଥିଲା।

ଡୋଡ଼ା ଥାନାରେ ନାମରେ ‘ଏଫ୍‌ଆଇଆର୍‌’ ରୁଜୁ କରାଯାଇ ତାଙ୍କ ବିଷୟରେ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe