ତାମିଲନାଡ଼ୁର ଗିରଫ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରିଥିଲେ

Advertisment
ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ଚେନ୍ନାଇ : ଇସଲାମିକ୍ ଷ୍ଟେଟ୍ ଓ ଅଲ୍‌କାଏଦା ସହ ସମ୍ପର୍କ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ତାମିଲନାଡ଼ୁ ପୁଲିସ ମଙ୍ଗଳବାର ଗିରଫ କରିଛି। ସେମାନେ ହେଉଛନ୍ତି ଆସିଫ ମୁସ୍ତିନ ଓ ତା’ ସହଯୋଗୀ ୟାସିର ନୱାବ ଜନ୍। ଇରୋଡ଼-ନିବାସୀ ଏହି ଦୁଇ ଆତଙ୍କବାଦୀଙ୍କଠାରୁ ଏକ ଛୁରି, ଇସଲାମିକ୍ ଷ୍ଟେଟ୍ ପତାକା, କେତେକ ଆପରାଧିକ କାଗଜପତ୍ର ଏବଂ ମୋବାଇଲ ଫୋନ୍ ଆଦି ଜବତ କରାଯାଇଛି।

ଗୁଇନ୍ଦା ତଥ୍ୟ ମିଳିବା ପରେ ସେମାନଙ୍କୁ ଉପରେ କିଛିଦିନ ଧରି କଡ଼ା ନଜର ରଖାଯାଇଥିଲା। ଗିରଫ ଦୁର୍ବୃତ୍ତମାନେ ସ୍ବୀକାର କରିଛନ୍ତି ଯେ ସିରିୟା ଓ ଇରାକର ଆଇଏସ୍‌ ସଂଗଠନ ସହ ସେମାନଙ୍କର ସମ୍ପର୍କ ଅଛିଏବଂ ସେମାନେ ହିନ୍ଦୁମାନଙ୍କ ମଠ-ମନ୍ଦିର ଓ ଥାନା ଆଦିକୁ ଟାର୍ଗେଟ୍ କରି ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ।
ଜୁଲାଇ ୨୪ ତାରିଖରେ ବେଙ୍ଗାଲୁରୁ ପୁଲିସ ଆସାମର ଜଣେ ଅଲ୍‌କାଏଦା ସହ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିଥିଲା, ଯାହାର ନାଁ ଅଖତାର ହୁସେନ ଲସ୍କର। ହୁସେନଠାରୁ ସୂଚନା ପାଇ ତା’ର ଜଣେ ସହଯୋଗୀ ମହମ୍ମଦ ଜୁବାକୁ ତାମିଲନାଡ଼ୁ ପୁଲିସ ଗିରଫ କରିଥିଲା। ତା’ର ମୂଳ ନିବାସ ହେଉଛି ପଶ୍ଚିମବଙ୍ଗ। ଉଭୟ ଅଖତର ଓ ଜୁବା ସାମାଜିକ ଗଣମାଧ୍ୟମରେ ଅଲ୍‌କାଏଦା ଆଦର୍ଶର ପ୍ରଚାରପ୍ରସାର କରୁଥିଲେ। ବିଭିନ୍ନ ବିଦେଶୀ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ସେମାନେ ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe