ସିଆର୍‌ପିଏଫ୍‌ ଗାଡ଼ିକୁ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ଗୁରୁତର

Advertisment
ପଥରମାଡ଼ରେ ଓଲଟିଲା ସିଆର୍‌ପିଏଫ୍‌ ଟ୍ରକ୍‌୍‌, ୨୦ ଯବାନ ଆହତ

Srinagar: Security forces inspecting the CRPF bus which was attacked by militants on Srinagar-Jammu National High Way at Pampore on the out skirts of Srinagar on Saturday. Eight CRPF personnel and two militants were killed in the shoot out. PTI Photo by S Irfan(PTI6_25_2016_000181A)

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ସିଆର୍‌ପିଏଫ୍‌ ୯୬ ବାଟାଲିଅନ୍‌ର ୬ଟି ବସ୍‌ ମଟ୍ଟନ୍‌ ଅଭିମୁଖେ ଯାତ୍ରା କରୁଥିବା ବେଳେ ଆତଙ୍କବାଦୀମାନେ ବସ୍‌ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ଯବାନଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ଦୁଇଜଣ ବସ୍‌ର ଭଙ୍ଗାକାଚ ଦ୍ୱାରା ଆହତ ହୋଇଛନ୍ତି। ତେବେ ସମସ୍ତ ଆହତ ଯବାନମାନଙ୍କୁ ଅନନ୍ତନାଗ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ସାରା ଇଲାକାକୁ ଘେରାବନ୍ଦୀ କରି ତଲାସ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe