କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା

Advertisment

ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ଜଣେ ପ୍ରବାସୀ ଶ୍ରମିକଙ୍କ ଗୁଳିବିଦ୍ଧ ଶରୀର ମିଳିଛି। ତାଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରାଯାଇଛି ବୋଲି ସୋପିଆନ ଏସ୍‌ଏସ୍‌ପି  ସ୍ପଷ୍ଟ କରିଛନ୍ତି।

ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ଜଣେ ପ୍ରବାସୀ ଶ୍ରମିକଙ୍କ ଗୁଳିବିଦ୍ଧ ଶରୀର ମିଳିଛି। ତାଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରାଯାଇଛି ବୋଲି ସୋପିଆନ ଏସ୍‌ଏସ୍‌ପି  ସ୍ପଷ୍ଟ କରିଛନ୍ତି।

Dead

ସୋପିଆନ: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ଜଣେ ପ୍ରବାସୀ ଶ୍ରମିକଙ୍କ ଗୁଳିବିଦ୍ଧ ଶରୀର ମିଳିଛି। ତାଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରାଯାଇଛି ବୋଲି ସୋପିଆନ ଏସ୍‌ଏସ୍‌ପି  ସ୍ପଷ୍ଟ କରିଛନ୍ତି।  ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ପ୍ରଥମ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ଘର ବିହାରରେ। ଆଜି ସକାଳେ ସ୍ଥାନୀୟ ଲୋକମାନେ ରାସ୍ତାକଡ଼ରୁ ତାଙ୍କୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ‌ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଉକ୍ତ ଘଟଣା ପରେ  ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ଏକ ମିଳିତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି।  ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି।  ଗତ ଏପ୍ରିଲରେ ମଧ୍ୟ ଆତଙ୍କବାଦୀମାନେ ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେହିପରି ଚଳିତ ମାସ ଆରମ୍ଭରେ ଆତଙ୍କବାଦୀମାନେ ୨ ଜଣ ସେନା ଯବାନଙ୍କୁ ଅପହରଣ କରିନେଇଥିଲେ।   ଜଣେ ସେମାନଙ୍କ କବଳରୁ ଖସି ଆସିବାକୁ ସକ୍ଷମ ହୋଇଥିବା ଅନ୍ୟ ଜଣେ ଯବାନଙ୍କ ମର ଶରୀର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe