ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୧୧ ଶ୍ରମିକଙ୍କ ମୃତ୍ୟୁ

Advertisment
ପୁଞ୍ଚ ଆତଙ୍କବାଦୀଙ୍କୁ ଧରିଲେ ୨୦ ଲକ୍ଷ ଟଙ୍କା

News24x7

ଇସ୍‌ଲାମାବାଦ ପାକିସ୍ତାନର ଖୈବର ପଖ୍‌ତୁନଖ୍ବା ରାଜ୍ୟର ଉତ୍ତର ୱଜିରୀସ୍ତାନ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଆଜି ଭୋର୍‌ ସମୟରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଆତଙ୍କବାଦୀମାନେ ବି‌ସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ଏହି ଶ୍ରମିକମାନେ ଏକ ସରକାରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀ ତହରିକ ଏ ତାଲିବାନ ପାକିସ୍ତାନ ଏହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆକ୍ରମଣ ପରେ ପାକିସ୍ତାନ ପୁଲିସ ଓ ସେନା ପକ୍ଷରୁ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe