ଫ୍ରାନ୍ସ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ମୁଣ୍ଡକାଟ, ଛୁରି ମାଡ଼ରେ ୩ ମୃତ

Advertisment
ଫ୍ରାନ୍ସ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ମୁଣ୍ଡକାଟ, ଛୁରି ମାଡ଼ରେ ୩ ମୃତ

Arab News

ନୂଆଦିଲ୍ଲୀ: ଫ୍ରାନ୍ସର ନାଇସ୍‌ ସହର ସ୍ଥିତ ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ‌ହୋଇଛି। ଅତି ବର୍ବର ଢଙ୍ଗରେ ଜଣେ ମହିଳାଙ୍କ ମୁଣ୍ଡକାଟ କରାଯାଇଛି ଏବଂ ଅନ୍ୟ ୨ ଜଣଙ୍କୁ ଛୁରି ମାରି ହତ୍ୟା କରାଯାଇଛି। ନୋଟ୍ରେ ଡାମ୍‌ ଚର୍ଚ୍ଚରେ ଏହି ଆକ୍ରମଣ ହୋଇଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ନିପାତ ହୋଇଛି। ନାଇସ୍‌ର ମେୟର ଖ୍ରୀଷ୍ଟିଆନ୍‌ ଏଷ୍ଟ୍ରୋସି ଉକ୍ତ ଆକ୍ରମଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଏଷ୍ଟ୍ରୋସି କହିଛନ୍ତି, ପୁଲିସ ସମ୍ପୃକ୍ତ ଆକ୍ରମଣକାରୀକୁ ଗିରଫ କରିଛି। ସେ ବାରମ୍ବାର ‘ଆଲ୍ଳାହୁ ଆକ୍‌ବର’ କହୁଥିବା ଏଷ୍ଟ୍ରୋସି କହିଛନ୍ତି। ଛୁରୀମାଡ଼ରେ ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ଚର୍ଚ୍ଚ‌୍‌ର ୱାର୍ଡେନ୍‌ ଅଛନ୍ତି ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବର୍ବର ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଆତଙ୍କବାଦର ମୁକାବିଲାରେ ଭାରତ ସର୍ବଦା ଫ୍ରାନ୍ସ ସହ ଦୃଢ଼ ଭାବେ ରହିଛି ବୋଲି କହିଛନ୍ତି।

ଆଜି ସକାଳ ପ୍ରାୟ ୯ଟା ସମୟରେ ଆକ୍ରମଣକାରୀ ନାଇସ୍‌ରେ ସବୁଠୁ ବଡ଼ ରୋମାନ କ୍ୟାଥୋଲିକ୍‌ ଚର୍ଚ୍ଚକୁ ପ୍ରବେଶ କରିଥିଲା। ‌ସେ ତୁରନ୍ତ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ତାଙ୍କ ମୁଣ୍ଡକାଟ କରିଥିଲା। ତେବେ ଏହି ସମୟରେ ଚର୍ଚ୍ଚ‌୍ ୱାର୍ଡେନ ତାକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆକ୍ରମଣକାରୀ ୱାର୍ଡେନ୍‌ଙ୍କ ଉପରକୁ ଆକ୍ରମଣ କରିଥିଲା। ଆକ୍ରମଣକାରୀର ଆଖିବୁଜା ଛୁରିମାଡ଼ରେ ଘଟଣାସ୍ଥଳରେ ହିଁ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ନିପାତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe