ଆତଙ୍କବାଦୀ ଆକ୍ରମଣ ଯୋଜନା: ସବୁ ରେଳ ଷ୍ଟେସନ୍‌ରେ ସୁରକ୍ଷା କଡ଼ାକଡ଼ି

Advertisment

୭ ହଜାର କ୍ୟାମେରା ମାଧ୍ୟମରେ ନଜର

୭ ହଜାର କ୍ୟାମେରା ମାଧ୍ୟମରେ ନଜର

ଆତଙ୍କବାଦୀ ଆକ୍ରମଣ ଯୋଜନା: ସବୁ ରେଳ ଷ୍ଟେସନ୍‌ରେ ସୁରକ୍ଷା କଡ଼ାକଡ଼ି

ମୁମ୍ବାଇ: ଦିଲ୍ଲୀ ପୁଲିସ ଦ୍ବାରା ଏକ ବଡ଼ ଆତଙ୍କବାଦୀ ନେଟ୍‌ୱର୍କର ପର୍ଦ୍ଦାଫାସ ହେବାପରେ ଯୁଦ୍ଧକାଳୀନ ଭିତ୍ତିରେ ଏବେ ପ୍ରମୁଖ ସହରମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଉଛି। ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ପାଇବା ପରେ ମୁମ୍ବାଇ ସହରର ସବୁ ରେଳ ଷ୍ଟେସନ୍‌ରେ ସୁରକ୍ଷା ବଢ଼ାଯାଇଛି। ମୁମ୍ବାଇ ସହରକୁ ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରେଳ ଷ୍ଟେସନ୍‌ଗୁଡ଼ିକରେ ପ୍ରାୟ ୭ ହଜାର କ୍ୟାମେରା ଲାଗିଛି। ମହାରାଷ୍ଟ୍ର ଏଟିଏସ୍‌ ମୁମ୍ବାଇରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ଦ୍ବାରା ପର୍ଦ୍ଦାଫାସ ହୋଇଥିବା ଆତଙ୍କବାଦୀ ନେଟ୍‌ୱର୍କ ମାମଲାରେ ତାକୁ ଗତରାତିରେ ଗିରଫ କରାଯାଇଛି।

ଉକ୍ତ ବ୍ୟକ୍ତିର ନାମ ଜାକିର୍‌। ତାକୁ ଏବେ ଜେରା କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ଦିଲ୍ଲୀ ପୁଲିସ ୨ ଆଇଏସ୍‌ଆଇ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ୬ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜନ ମହମ୍ମଦ ଶେଖ୍‌ ଧାରାବୀ ବସ୍ତିରେ ରହେ। ତାକୁ ଜେରା ସମୟରେ ପୁଲିସ ଜାକିର ସମ୍ପର୍କରେ ସୂଚନା ପାଇଁ ଗିରଫ କରିଥିଲା। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe