ଜମ୍ମୁ-କଶ୍ମୀରର ସୋପିୟାଁ ଓ ପୁଲଓ୍ଵାମାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

Advertisment
ଜମ୍ମୁ-କଶ୍ମୀରର ସୋପିୟାଁ ଓ ପୁଲଓ୍ଵାମାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପିୟାଁଠାରେ ଶନିବାର ଅପରାହ୍ନରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ସୋପିୟାଁର ଇମାମ ସାହେବ ଅଞ୍ଚଳରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼ କରିଛନ୍ତିି। ଏବେ ସୁଦ୍ଧା ଏହି ଆକ୍ରମଣରେ ଜଡ଼ିତ କୌଣସି ଅଧିକ ତଥ୍ୟ ମିଳିନାହିଁ।

ଅନ୍ୟପକ୍ଷରେ ପୁଲଓ୍ଵାମାର ରାଜପୁରରେ ମଧ୍ୟ ଆତଙ୍କବାଦୀମାନେ ପୁଲିସ୍‌ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ ଜଣ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।

ଏହାବ୍ୟତୀତ ଗୁରୁବାର ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ରେ ୨ ଯବାନ ସହିଦ ହେବା ସହ ସିଆର୍‌ପିଏଫ୍‌ର ଜଣେ ଜବାନ ଆହତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀର ସୀମାନ୍ତ ପୁଞ୍ଚ ସେକ୍ଟରରେ ମଙ୍ଗଳବାର ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରି ଭାରତୀୟ ସୀମାନ୍ତବର୍ତ୍ତୀ ଗ୍ରାମ ଉପରକୁ ଗୁଳି ଚାଳନା କରିଥିଲେ। ଏହି ଗୁଳିଚାଳନା ଫଳରେ ଜଣେ ନାବାଳିକା ଗୁରୁତର ହୋଇଥିବା ବିଏସଏଫ୍‌ ସୂତ୍ରରୁ ଜାଣିବାକୁ ମିଳିଥିଲା। ଆହତ ନାବାଳିକା ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଳା ଚିକତ୍ସାଳୟର ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe