କଶ୍ମୀରରୁ ଆତଙ୍କବାଦୀ ମୂଳପୋଛ ହେବେ

Advertisment

ଅପରେସନ ‘ଅଲ୍‌ ଆଉଟ୍‌’ରେ ୧୯୦ ଆତଙ୍କବାଦୀ ନିପାତ

ଅପରେସନ ‘ଅଲ୍‌ ଆଉଟ୍‌’ରେ ୧୯୦ ଆତଙ୍କବାଦୀ ନିପାତ

କଶ୍ମୀରରୁ ଆତଙ୍କବାଦୀ ମୂଳପୋଛ ହେବେ

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀ ଚଳାଇଥିବା ଅଭିଯାନକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦ରୁ ଅଧିକ ଜୈସ ଓ ଲସ୍କର କମାଣ୍ଡର ସମେତ ୧୯୦ ଆତଙ୍କବାଦୀଙ୍କୁ ଚଳିତ ବର୍ଷ ସେନା ନିପାତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରୁ ୮୦ ଜଣ ସ୍ଥାନୀୟ ଆତଙ୍କବାଦୀ ଥିବା ବେଳେ ଅନ୍ୟମାନେ ବିଦେଶୀ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ନିହତ ୧୯୦ ଆତଙ୍କବାଦୀଙ୍କ ମଧ୍ୟରୁ ୬୬ ଜଣ ନିୟନ୍ତ୍ରଣ ରେଖା ଅଂଚଳରେ ଅନୁପ୍ରବେଶ ବେଳେ ମରିଛନ୍ତି । ତେବେ କଶ୍ମୀରରେ ଇସ୍‌୍‌ଲାମିକ ଷ୍ଟେଟ୍‌ ପାଦ ଥାପିବାରେ ସକ୍ଷମ ହୋଇନାହିଁ ଏବଂ ଏହାର ଯେ କୌଣସି ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନା ତୟାର ରହିଛି ବୋଲି ୧୫ କର୍ପସ କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ ଜେଏସ୍‌ ସାନ୍ଧୁ କହିଛନ୍ତି। ଦକ୍ଷିଣ କଶ୍ମୀରରେ ସର୍ବାଧିକ ଆତଙ୍କବାଦୀ ନିପାତ ହୋଇଥିବାରୁ ସେଠାରେ ହିଂସା ନିୟନ୍ତ୍ରଣକୁ ଆସିଛି ଏବଂ ଉତ୍ତର କାଶ୍ମୀରରେ ସମସ୍ତ ଆତଙ୍କବାଦୀ ନେଟ୍‌୍‌ଓ୍ଵର୍କର ସଂଗଠନ ଭୁଶୁଡ଼ି ପଡ଼ିଛି ବୋଲି ସାନ୍ଧୁ କହିଛନ୍ତି।

ଗତକାଲି ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରରେ ନିପାତ ହୋଇଥିବା ୬ ଆତଙ୍କବାଦୀଙ୍କ ମଧ୍ୟରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିଉର୍‌ ରହମାନ ଲକ୍‌୍‌ଭୀର ପୁତୁରା ରହିଥିବାରୁ ଏହାଏକ ବଡ଼ ସଫଳତା ବୋଲି କୁହାଯାଇଛି । କଶ୍ମୀରରେ ଭାରତୀୟ ସେନା, ସିଆର୍‌ପିଏଫ୍‌, ଜମ୍ମୁ କଶ୍ମୀର ପୁଲିସ ଏବଂ ଗୁଇନ୍ଦା ବିଭାଗ ମିଳିତ ସମନ୍ଵୟରେ ଅପରେସନ ଅଲ୍‌୍‌ ଆଉଟ୍‌ ଜାରି ରଖିଛନ୍ତି। ନିକଟରେ ଲସ୍କର ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିବା ଅନନ୍ତନାଗର ଫୁଟବଲ୍‌ ଖେଳାଳି ମଜିଦ୍‌ ଆର୍ସିଦ ଖାନ୍‌ ପୁଣି ଥରେ ମୁଖ୍ୟସ୍ରୋତକୁ ଫେରିବା ପଛରେ ମଧ୍ୟ ସୁରକ୍ଷା ବାହିନୀର ଯୋଜନାବଦ୍ଧ ଉଦ୍ୟମ ରହିଛି। ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଆସିବାକୁ ଚାହୁଥିବା ଆତଙ୍କବାଦୀଙ୍କ ଥଇଥାନ ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି । ସାନ୍ଧୁ କହିଛନ୍ତି ଯେ ଆତଙ୍କବାଦୀ ହିଂସା ଛାଡ଼ି ସ୍ୱାଭାବିକ ଜୀବନ ଜୀଇଁବାକୁ ଚାହିଁଲେ ସେମାନଙ୍କୁ ସ୍ୱାଗତ କରାଯିବ ଏବଂ ଏଥିପାଇଁ ଆମେ ସର୍ବଦା ତୟାର ରହିଛୁ। ସ୍ଥାନୀୟ ଯୁବକମାନେ ଆତଙ୍କବାଦୀ ସଂଗଠନର ପ୍ରଲୋଭନର ଶିକାର ନହେବାକୁ ସାନ୍ଧୁ ଚେତାଇ ଦେଇଛନ୍ତି ଏବଂ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ କହିଛନ୍ତି। ଶ୍ରୀନଗରରେ ଜାକୁରା ଏନ୍‌୍‌କାଉଣ୍ଟର ପାଇଁ ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌ ନିଜକୁ ଦାୟୀ କରିଥିବା ସଂପର୍କରେ ପୁଲିସ ମହାନିର୍ଦ୍ଦେଶକ ଏସ୍‌ପି ବୈଦ କହିଛନ୍ତି ଯେ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି। ତେବେ ଆଇଏସ୍‌ର ସଂପୃକ୍ତି ନେଇ କୌଣସି ସମ୍ଭାବନା ଦେଖାଯାଉନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe