jagran.com
ବେଙ୍ଗାଲୁରୁ: କୃଷି ବିଲ୍କୁ ବିରୋଧ କରି କର୍ଣ୍ଣାଟକରେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଆନ୍ଦୋଳନକାରୀଙ୍କୁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ‘ଆତଙ୍କବାଦୀ’ କହିବା ଏବେ ବିବାଦୀୟ ହୋଇପଡ଼ିଛି। କଙ୍ଗନାଙ୍କ ବିରୋଧରେ ଟୁମ୍କୁର ଜେଏମ୍ଏଫ୍ସି କୋର୍ଟରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ସେପ୍ଟେମ୍ବର ୨୦ ତାରିଖରେ କଙ୍ଗନା କୃଷକ ଆନ୍ଦୋଳନକୁ ବିରୋଧ କରି ଆନ୍ଦୋଳନକାରୀଙ୍କୁ ଆତଙ୍କବାଦୀ ବୋଲି କହିଥିଲେ।
କଙ୍ଗନା କୃଷି ବିଲ୍କୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଯେଉଁମାନେ ଶୋଇଛନ୍ତି, ସେମାନଙ୍କୁ ଉଠାଇ ଦେଇହେବ, ଯେଉଁମାନେ ବୁଝି ପାରନ୍ତି ନାହିଁ, ସେମାନଙ୍କୁ ବୁଝାଇ ଦେଇହେବ, ମାତ୍ର ଯେଉଁମାନେ ଚେଇଁ ଶୋଇଥିବେ ଏବଂ ବୁଝିକି ଅବୁଝା ହେଉଥିବେ ସେମାନଙ୍କୁ ନା ଉଠେଇହେବ ନା ବୁଝାଇହେବ। ସେହିଭଳି ଲୋକ ଆତଙ୍କବାଦୀଙ୍କ ସହ ସମାନ। କଙ୍ଗନା ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ। କଙ୍ଗନାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୪୪, ୧୦୮, ୧୫୩, ୧୫୩ଏ ଏବଂ ୫୦୪ରେ ମାମଲା ରୁଜୁ ହୋଇଛି।
Follow Us