୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଆତଙ୍କବାଦୀ ହାଫିଜ ସଇଦକୁ ୩୧ ବର୍ଷ ଜେଲ

Advertisment
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଆତଙ୍କବାଦୀ ହାଫିଜ ସଇଦକୁ  ୩୧ ବର୍ଷ ଜେଲ

ଇସଲାମାବାଦ: ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ। ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆଜି ୨ଟି ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବାର ମୁଖ୍ୟ ଥିବା ଏବଂ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ଜଣାଶୁଣା ହାଫିଜ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। ଏହା ସହ ୩.୪୦ ଲକ୍ଷ ଟଙ୍କା ଜରିମାନା ଲଗାଯିବା ସହିତ କୋର୍ଟ ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ଟଳମଳ ହେଉଥିବା ଅବସ୍ଥାରେ ଥିବା ବେଳେ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ।

publive-image indiatoday

ସୂଚନା ଅନୁଯାୟୀ, ହାଫିଜ ସଇଦ ଦ୍ୱାରା ନିର୍ମିତ ମଦ୍ରାସା ଏବଂ ମସଜିଦଗୁଡିକ ମଧ୍ୟ ସରକାରୀ ନିୟନ୍ତ୍ରଣରେ ରଖାଯିବ ବୋଲି କୋର୍ଟ କହିଛନ୍ତି। ଆତଙ୍କବାଦ ଏବଂ ଅନେକ ଆକ୍ରମଣ ପାଇଁ ପାଣ୍ଠି ଯୋଗାଣ କରିଥିବା ଅଭିଯୋଗରେ ପାକିସ୍ତାନର ସିଆଇଡି ହାଫିଜ ସଇଦ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ଆତଙ୍କବାଦ ନିରୋଧୀ କୋର୍ଟ ସଇଦଙ୍କୁ ଅନେକ ମାମଲାରେ ଦଣ୍ଡିତ କରିଛନ୍ତି। କିନ୍ତୁ ଅନେକ ମାମଲାରେ ସେ ଉଚ୍ଚ ନ୍ୟାୟାଳୟରେ ରକ୍ଷାପାଇଛି।

ଆତଙ୍କବାଦ ନିରୋଧୀ କୋର୍ଟ ହାଫିଜ ସଇଦକୁ ପୂର୍ବରୁ ଜେଲକୁ ପଠାଇସାରିଛି। ୨୦୨୦ରେ ହାଫିଜ ବିରୋଧରେ ଥିବା ଅନେକ ମାମଲା ମଧ୍ୟରୁ ଗୋଟିଏରେ ତାକୁ ୧୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ପାକର ଆତଙ୍କବାଦ ନିରୋଧୀ କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe