ପୁଲିସର ବଡ଼ ସଫଳତା: ରେଳବାଇର ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

Advertisment
ପୁଲିସର ବଡ଼ ସଫଳତା:  ରେଳବାଇର ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

epthinktank.eu

ଶ୍ରୀନଗର: ଜମ୍ମୁକଶ୍ମୀର ପୁଲିସ ବାରମୁଲା ଜିଲ୍ଲାରୁ ଜଣେ ସଂଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି । ଏହାକୁ ଜମ୍ମୁକଶ୍ମୀର ପୁଲିସର ବଡ଼ ସଫଳତା ବୋଲି କୁହାଯାଉଛି। ଗିରଫ ଆତଙ୍କବାଦୀଠାରୁ ପୁଲିସ ହ୍ୟାଣ୍ଡ ଗ୍ରେନେଡ ଜବତ କରିଛି। ପୁଲିସ ସନ୍ଦେହ କରୁଛି ଏହି ଆତଙ୍କବାଦୀ କୌଣସି ଆକ୍ରମଣର ଯୋଜନା କରିଥିଲା। ଏହା ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଧମକ ଦେବାକୁ ଯାଇ କିଛି ଲୋକ ପୋଷ୍ଟର ଲାଗାଇ ଥିଲେ, ଏଇ ଘଟଣାର ତଦନ୍ତ କରୁଥିବା ବେଳେ ପୁଲିସ ସଂଦିଗ୍ଧ ଆତଙ୍କବାଦୀକୁ  ଗିରଫ କରିଥିବା ସୂଚନା ମିଳିଥିଲା।

publive-image Post Card News

ପ୍ରକାଶିତ ରିପୋର୍ଟ ମୁତାବକ, ବାରମୁଲାରେ ରେଳବାଇର ନିଯୁକ୍ତି ପାଇଁ ରାଲି ଚାଲିଥିଲା। ଏହି ନିଯୁକ୍ତି ରାଲି ଚାଲିଥିବା ଭିତରେ ସେଠାରେ ଆତଙ୍କବାଦୀ ଲୁଚିଥିଲା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା।

ଏହାପରେ ପୁଲିସ ଉକ୍ତ ଆତଙ୍କବାଦୀକୁ ଗିରଫ କରିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଗିରଫ ଆତଙ୍କବାଦୀର ପରିଚୟ ମିଳି ପାରି ନଥିଲା। ଗିରଫ ପରେ ପୁଲିସ ଆତଙ୍କବାଦୀକୁ ପଚରାଉଚରା ଜାରି ରଖିଛି ଏବଂ କେଉଁ କାରଣରୁ ଆତଙ୍କବାଦୀ ହ୍ୟାଣ୍ଡ ଗ୍ରେନେଡ ନିଜ ପାଖରେ ରଖିଥିଲା ସେ ନେଇ ତଦନ୍ତ ବି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe