ଆପଣାଉଛନ୍ତି ନୂଆ ରଣନୀତି: ସୁରକ୍ଷା ପାଇଁ ଆତଙ୍କବାଦୀ ନିର୍ମାଣ କରୁଛନ୍ତି ବଙ୍କର୍‌

Advertisment
ଆତଙ୍କବାଦୀଙ୍କ ସହ ଲିଙ୍କ ଅଭିଯୋଗରେ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ଜାମ୍ମୁ ପୁଲିସ

Image Courtesy of India Global News

ସୋପିଆନ୍‌: କାଶ୍ମୀରରେ ସୁରକ୍ଷାକର୍ମୀଙ୍କଠାରୁ ବର୍ତ୍ତିବା ପାଇଁ ଆତଙ୍କବାଦୀମାନେ ଏବେ ଏକ ନୂଆ ରଣନୀତି ଆପଣାଇଛନ୍ତି। ସେମାନେ ଘଞ୍ଚ ଜଙ୍ଗଲ କିମ୍ବା ସେଓ ବଗିଚାରେ ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କର୍‌ ନିର୍ମାଣ କରି ରହୁଛନ୍ତି। ପୁଲ୍‌ୱାମା ଏବଂ ସୋପିଆନ୍‌ରେ ଏବେ ଆତଙ୍କବାଦୀମାନେ ଏହି ରଣନୀତି ଅବଲମ୍ବନ କରିଛନ୍ତି। ୪୪ ରାଷ୍ଟ୍ରୀୟ ରାଇଫଲ୍‌ସର ମୁଖ୍ୟ କର୍ନେଲ୍‌ ଏ କେ ସିଂହ କହିଛନ୍ତି , ସୋପିଆନ୍‌ ଏବଂ ପୁଲୱାମା ଆତଙ୍କବାଦୀଙ୍କ ହଟ୍‌ବେଡ୍‌। କିନ୍ତୁ ଆତଙ୍କବାଦୀମାନେ ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କର୍‌ରେ ଲୁଚିବା ସୁରକ୍ଷାକର୍ମୀଙ୍କ ପାଇଁ ଏବେ ଏକ ବଡ଼ ଚ୍ୟାଲେଂଜରେ ପରିଣତ ହୋଇଛି।

ନିକଟରେ ସୁରକ୍ଷାକର୍ମୀମାନେ ଏକ ରାଉଣ୍ଡ୍‌ ବଙ୍କର ଠାବ କରିଥିଲେ। ଏହି ବଙ୍କର୍‌ରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତେବେ ଏଠାରେ ଆତଙ୍କବାଦୀମାନେ କେବେଠାରୁ ଲୁଚି ରହିଥିଲେ ତାହା ଜଣାପଡ଼ିନି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ରମ୍ବିଆରା ନଦୀର ମଧ୍ୟଭାଗରୁ ଏକ ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କର ଠାବ ହେବା। ରମ୍ବିଆରା ନଦୀରେ ଜଳସ୍ତର ସବୁବେଳେ ସମାନ ରହେନା। ଏଠାରେ ମଧ୍ୟ ଆତଙ୍କବାଦୀମାନେ ଏକ ଅଣ୍ଡରଗ୍ରା‌ଉଣ୍ଡ୍‌ ବଙ୍କର କରିଛନ୍ତି। ଆତଙ୍କବାଦୀମାନେ ଏହି ଲୁହା ବଙ୍କର୍‌ରେ ପ୍ରବେଶ କରିବାପାଇଁ ଏକ ଖାଲି ଅଏଲ୍‌ ବ୍ୟାରେଲ୍‌ ବ୍ୟବହାର କରୁଥିଲେ। ଏହି ଅଏଲ୍‌ ବ୍ୟାରେଲ୍‌ ଦେଖି ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା ଏବଂ ପରେ ଖାନ୍‌ ତଲାସୀରୁ ବଙ୍କର୍‌ ଠାବ ହୋଇଥିଲା। ସେନା ପକ୍ଷରୁ ଗତ ଜୁନ୍‌ରେ ବନ୍ଦପୋହରେ ଏକ ଘଞ୍ଚ ସେଓ ବଗିଚାରେ ଅନ୍ୟ ଏକ ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କର ଠାବ କରାଯାଇଥିଲା।

ଅନ୍ୟପକ୍ଷେ ନିକଟରେ ଏକ ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କର୍‌ରେ ୫ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ବୋଲି କର୍ନେଲ୍‌ ସିଂହ କହିଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ସୋପିଆନ୍‌ର ଲାବିପୋରାର ଏକ ନଦୀ କୂଳରେ ଆତଙ୍କବାଦୀମାନେ ଏକ ଆଇରନ୍‌ ବକ୍ସରେ ଲୁଚିଥିଲେ। କିନ୍ତୁ ଶ୍ବାସକ୍ରିୟା ପାଇଁ ସେମାନେ ଏଥିରେ ଏକ କ୍ଷୁଦ୍ର ପାଇପ୍‌ ଲଗାଇ ଦେଇଥିଲେ। ସୋପିଆନ୍‌ରେ ମଧ୍ୟ ଅନ୍ୟ ଏକ କ୍ଷୁଦ୍ର ଅଣ୍ଡରଗ୍ରାଉଣ୍ଡ୍‌ ଘର ଠାବ କରାଯାଇଛି। ୧୦ ଫୁଟ୍‌ ଲମ୍ବ, ୮ ଫୁଟ୍‌ ଉଚ୍ଚତା ଏବଂ ୬ ଫୁଟ୍‌ ଗଭୀର ଥିବା ଏହି ବଙ୍କର୍‌ ଏକ ଘରର ପାଚେରୀ ନିକଟରେ ନିର୍ମାଣ ହୋଇଛି। ଏହି ବଙ୍କର୍‌ରେ ମୋବାଇଲ୍‌ ଫୋନ୍‌ ମଧ୍ୟ ଚାର୍ଜ‌୍ କରିହେଉଛି। ତେବେ ଆତଙ୍କବାଦୀମାନେ ସୁରକ୍ଷାବାହିନୀଠାରୁ ଲୁଚିବାପାଇଁ ଆରମ୍ଭ କରିଥିବା ଏହି ନୂଆ ରଣନୀତି ଧରା ପଡ଼ିଯାଇଥିବାବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଧିକରୁ ଅଧିକ ବଙ୍କର ଠାବ ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe