Al Jazeera
ଶ୍ରୀନଗର : ଏଲ୍ଓସିରେ ଆତଙ୍କବାଦୀଙ୍କ ଏକ ବଡ଼ ଅନୁପ୍ରବେଶକୁ ସୀମା ସୁରକ୍ଷା ବାହିନୀ ପଣ୍ଡ କରିଦେଇଛି। ଜମ୍ମୁ-କାଶ୍ମୀରର କୁପ୍ୱାଡା ଜିଲ୍ଲାରେ ଆତଙ୍କବାଦୀ ପ୍ରବେଶ କରିଥିବା ଜାଣିବା ପରେ ସୁରକ୍ଷା ବାହିନୀ ଚାରିପଟୁ ଘେରିଯାଇ ଆତଙ୍କବାଦୀଙ୍କ ଉପରେ ପ୍ରବଳ ଗୁଳିମାଡ଼ କରିଥିଲେ। ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୪ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ ସେନା ଅଧିକାରୀ ମଧ୍ୟ ରହିଛନ୍ତି। ଆଜି ପୂର୍ବାହ୍ନ ୧୦ଟା ୨୦ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। ଏହି ସଂଘର୍ଷରେ ୨ ଜଣ ସୁରକ୍ଷା କର୍ମୀ ଏବଂ ଜଣେ ସେନାଧିକାରୀ ସହିଦ ହୋଇଛନ୍ତି ବୋଲି ବିଏସ୍ଏଫ୍ ସୂତ୍ରରୁ ପ୍ରକାଶ। ତେବେ ଏଯାଏ ସେମାନଙ୍କ ପରିଚୟ ମିଳିପାରିନି। ତେବେ ବହୁ ସଂଖ୍ୟାରେ ଆତଙ୍କବାଦୀ ଏଲ୍ଓସି ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/11/jawan.jpg)