ପୁଲୱାମାରେ ହୋଇଥିବା ଏନ୍‌କ‌ାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ

ପୁଲୱାମାରେ ହୋଇଥିବା ଏନ୍‌କ‌ାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ

Zee News

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରାଠାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେ‌ଳେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ସୋମବାର (ଅକ୍ଟୋବର ୨୬) ସନ୍ଧ୍ୟାରେ ଅବନ୍ତିପୋରାର ନୁରପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ଏପରିି ଘଟିଛି।

ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ସର୍ଚ ଅପରେସନ ପରେ ପରେ ଏପରି ପରିସ୍ଥିତି ଉପୁଜିଥିବା ଜାଣିବାକୁ ମିଳିିଛି। ସୁରକ୍ଷା ବାହିନୀ ଅତଙ୍କବାଦୀ ଲୁଚି ରହିଥିବା ସ୍ଥାନରେ ଘେରି ଯିବା ପରେ ବହୁ ସଂଖ୍ୟକ ଆତଙ୍କବାଦୀ ମାଡ଼ି ଆସିଥିଲେ, ଯାହା ଫଳ‌ରେ ଉଭୟ ପକ୍ଷରେ ଗୁଳି ବିନିମୟ ହୋଇଥିଲା।

ସେନା ପକ୍ଷରୁ ଜାଣିବାକୁ ମିଳିଛି ଯେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀକୁ ଗିରଫ କରାଯାଇଛି। ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ପୁଲୱାମାର ଗୁଲସାନପୁର ବାସିନ୍ଦା ସାକିବ ଆକବର ୱାଜା ବୋଲି ଜଣାପଡ଼ିଛି। ସେ ପଞ୍ଜାବର ପଟିଆଲାରେ ବି ଟେକ୍ କରୁଥିଲେ। ଏ ନେଇ କଶ୍ମୀର ଜୋନ୍ ପୁଲିସ୍‌ ଟୁଇଟ୍ କରି କହିଛି ଯେ ସାକିବ ଆକବର ୱାଜା ନାମକ ଜଣେ ଦ୍ୱିତୀୟ ଆତଙ୍କବାଦୀ ଲାଇଭ୍ ଏନକାଉଣ୍ଟର ସମୟରେ ଆତ୍ମସମର୍ପଣ କରିଛି।

ଏହି ଏନକାଉଣ୍ଟର ବେଳେ ଗୋଟିଏ ଏକେ ରାଇଫଲ ମଧ୍ୟ ପୁଲିସ୍‌ ଜବତ କରିଛି। କଶ୍ମୀର ଜୋନ୍ ପୁଲିସ୍‌  ଏକ ଭିଡିଓ ମଧ୍ୟ ସେୟାର କରିଛି, ଯେଉଁଥିରେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ନିଜ ପରିବାର ସଦସ୍ୟଙ୍କ ସହ ଭେଟ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe