ସେନାର ସଫଳତା: ଏନ୍‌କାଉଣ୍ଟର୍‌ରେ ଜୈସ ଆତଙ୍କବାଦୀ ଖଲିଦ ନିହତ

ସେନାର ସଫଳତା: ଏନ୍‌କାଉଣ୍ଟର୍‌ରେ ଜୈସ ଆତଙ୍କବାଦୀ ଖଲିଦ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଲାଡୋରା ଅଞ୍ଚଳରେ ସେନା ଦ୍ୱାରା ସୋମବାର ଅପରାହ୍ନରେ ଜୈସ-ଇ-ମହମ୍ମଦ(ଜେଇଏମ୍‌)ର ଆତଙ୍କବାଦୀ ଖଲିଦ ନିହତ ହୋଇଛି। ଉପତ୍ୟାକାରେ ସକ୍ରିୟ ଥିବା ଏହି ଆତଙ୍କବାଦୀ ସଂଗଠନର ସେ ମୁଖ୍ୟ ଥିଲେ। ଖଲିଦଙ୍କ ହତ୍ୟା ସେନା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ସୋମବାର ପ୍ରାୟ ସକାଳ ୯ଟା ସମୟରେ ଜେଇଏମର କମାଣ୍ଡର୍‌ ଜମ୍ମୁ-କଶ୍ମୀରର ଲାଡୋରା ଅଞ୍ଚଳରେ ରହୁଥିବା ସେନା ଦଳ ଉପରେ ହମ୍‌ଲା କରିଥିଲେ। ଏହି ହମ୍‌ଲାର ସେନା ମଧ୍ୟ ପାଲଟା ଜବାବ ଦେଇଥିଲା। ତେବେ, ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେଉଥିବା ସମୟରେ ସେନା ଗୁଳିରେ ନିହତ ହୋଇଛି ଆତଙ୍କବାଦୀ ଖଲିଦ୍‌।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ବଡଗମ୍‌ ଜିଲ୍ଲାରେ ଜଣେ ସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ଛଡ଼ା ଅଳ୍ପ କିଛି ଦିନ ତଳେ ୧୨ ଜଣ ଆତଙ୍କବାଦୀଙ୍କୁ ଭାରତ ଭିତରେ ଅନୁପ୍ରବେଶ କରାଇବାର ମୁଖ୍ୟ ଭୂମିକା ନେଇଥିଲା। ଜେଇଏମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe