ଶ୍ରୀନଗର: ନିକଟ ଅତୀତରେ ‘ସିଆର୍ପିଏଫ୍’ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ୨ଜଣ ଆତଙ୍କବାଦୀ ଆଜି ଶ୍ରୀନଗରେ ସଂଘଠିତ ଏନ୍କାଉଣ୍ଟର୍ରେ ନିହତ ହୋଇଥିବା କଥା ପୁଲିସ କହିଛି।
ଦୁଇ ଆତଙ୍କବାଦୀ କେଉଁ ସଙ୍ଗଠନର ସଦସ୍ୟ ତାହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି।
Image Courtesy of India Todayପ୍ରଥମ ରିପୋର୍ଟ ଅନୁସାରେ, ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ପରେ ଏନ୍କାଉଣ୍ଟର୍ ସ୍ଥଳରେ ଆଉ ଜଣେ ଆତଙ୍କବାଦୀ ଫସି ରହିଥିବା ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।
କଶ୍ମୀର ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ଗଣମାଧ୍ୟମକୁ କହିଥିଲେ, ଏନ୍କାଉଣ୍ଟର୍ରେ ନିହତ ଆତଙ୍କବାଦୀଜଣକ ନିକଟ ଅତୀତରେ କଶ୍ମୀର ଉପତ୍ୟକାରେ କେନ୍ଦ୍ରୀୟ ବଳ ଉପରେ ହୋଇଥିବା ଆକ୍ରମଣ ସହ ଜଡ଼ିତ ଥିଲା। ଆଜି ସକାଳୁ ଆରମ୍ଭ ହୋଇଥିବା ଏନ୍କାଉଣ୍ଟର୍ ଏବେ ମଧ୍ୟ ବଳବତ୍ତର ରହିଛି।
Image Courtesy of NDTVଜମ୍ମୁ ଓ କଶ୍ମୀର ପୁଲିସ ମୁଖପାତ୍ରଙ୍କ କହିବା ଅନୁସାରେ, ଆତଙ୍କବାଦୀମାନଙ୍କ ଉପସ୍ଥିତି ଥିବା ସୂଚନାକୁ ଆଧାର କରି ସିର୍ହମା ଅଞ୍ଚଳରେ ମିଳିତ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ତଲାସକାରୀ ଦଳ ଘଟଣାସ୍ଥଳର ନିକଟତର ହେବାରୁ ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିର୍ବିଚାର ଭାବେ ସେମାନଙ୍କୁ ଉପରକୁ ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ଘଟଣାସ୍ଥଳରୁ ନିହତ ଆତଙ୍କବାଦୀର ଶବ ଉଦ୍ଧାର କରାଯାଇଛି।
କଶ୍ମୀର ପୁଲିସ କହିବା ଅନୁସାରେ, ଚଳିତ ବର୍ଷ ଜାନୁଆରି ମାସଠାରୁ ଏପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରରେ ୪୫ଜଣ ଆତଙ୍କବାଦୀ ନିହତ ହେଲେଣି।
Follow Us