ଆତଙ୍କବାଦୀ ନେଟ୍‌ୱର୍କର ପର୍ଦ୍ଦାଫାସ: ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ୬ ଗିରଫ

Advertisment
ପାକ୍‌ ପ୍ରାୟୋଜିତ ଆତଙ୍କବାଦ ଶିଳ୍ପକୁ ପଙ୍ଗୁ କରିବ ଭାରତ; ଟାର୍ଗେଟ୍‌ରେ ଲସ୍କର, ଅଲ୍‌କାଏଦା, ଆଇଏସ୍‌, ଜୈଶ୍‌

Patrikai

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ଏକ ବଡ଼ ଆତଙ୍କବାଦୀ ନେଟ୍‌ୱର୍କର ପର୍ଦ୍ଦାଫାସ କରିଛି। ୩ ରାଜ୍ୟ ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଦିଲ୍ଲୀ ପୁଲିସ ଏକ ବଡ଼ ଧରଣର ଅପରେସନ କରି ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଜି ସକାଳେ ଚଢ଼ଉ ସମୟରେ ମହାରାଷ୍ଟ୍ରର ଜଣେ ଆତଙ୍କବାଦୀ ରାଜସ୍ଥାନର କୋଟାରୁ ଗିରଫ ହୋଇଛି। ଉତ୍ତରପ୍ରଦେଶ ଏଟିଏସ୍‌ ସହଯୋଗରେ ୩ ଜଣ ଗିରଫ ହୋଇଛନ୍ତି ଏବଂ ଦିଲ୍ଲୀରେ ୨ ଜଣ ଗିରଫ ହୋଇଛନ୍ତି। ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଛି ଯେ, ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ନିକଟରେ ପାକିସ୍ତାନ ଯାଇଥିଲେ। ପାକିସ୍ତାନରେ ସେମାନଙ୍କୁ ଏକ ଫାର୍ମହାଉସ୍‌ରେ ରଖାଯାଇଥିଲା ଏବଂ ତାଲିମ ଦିଆଯାଇଥିବା ଜଣାପଡ଼ିଛି। ଆଗାମୀ ପାର୍ବଣ ଋତୁରେ ସେମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଦିଲ୍ଲୀ ପୁଲିସର ଆତଙ୍କବାଦ ବିରୋଧୀ ଶାଖାର ‌ ସ୍ବତନ୍ତ୍ର ଅଧିକାରୀ ନିରଜ ଠାକୁର କହିଛନ୍ତି, ଅଣ୍ଡରୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମର ଭାଇ ଆନିସ ଇବ୍ରାହିମ ଜଣେ ଆତଙ୍କବାଦୀ ସହିତ ସଂପର୍କରେ ରହୁଥିଲା ଏବଂ ଏ ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe