India Today
ନୂଆଦିଲ୍ଲୀ: କୁଖ୍ୟାତ ଲସ୍କର ଆତଙ୍କବାଦୀ ନିସାର ଦାର୍ ଜମ୍ମୁ କଶ୍ମୀରର କୁଲ୍ଲନ ଗନ୍ଦେରବଲ୍ରେ ଗିରଫ ହୋଇଛି। ନିସାରକୁ ଜୀବନ୍ତ ଧରିବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଦାର୍ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଆକ୍ରମଣ ଯୋଜନା କରିଥିଲା। ସେ ଏକ ହସ୍ପିଟାଲ୍ରେ ଥିବା ସୂଚନା ପାଇ ଶ୍ରୀନଗର ପୁଲିସ ଏବଂ ସୁରକ୍ଷାବାହିନୀର ମିଳିତ ଅପରେସନ୍ରେ ତାକୁ ଗିରଫ କରାଯାଇଥିଲା। ଗତକାଲି ରାତିରୁ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଦାର୍କୁ ଗିରଫ କରାଯିବା ସହ ତା’ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁରକ୍ଷା ଅଧିକାରୀଙ୍କ ଦ୍ବାରା ଦାର୍କୁ ଏବେ ଜେରା କରାଯାଉଛି। ୨୩ ବର୍ଷୀୟ ଦାର୍ ଗତ ୩ ବର୍ଷ ଧରି ସକ୍ରିୟ ଥିଲା। ତା’ ବିରୋଧରେ ୮ଟି ଏଫ୍ଆଇଆର ରହିଛି।
Follow Us