ନିହତ ଆତଙ୍କବାଦୀମାନେ ସହିଦ!

Advertisment
ନିହତ ଆତଙ୍କବାଦୀମାନେ ସହିଦ!

ଶ୍ରୀନଗର: ନିହତ ଆତଙ୍କବାଦୀମାନେ ସହିଦ। ତେଣୁ ସେମାନଙ୍କ ମୃତ୍ୟୁରେ ଖୁସି ମନାଇବା ଅନୁଚିତ ବୋଲି ଜମ୍ମୁ କଶ୍ମୀରର ପିଡିପି ବିଧାୟକ ଐଜାଜ୍‌ ଅହମ୍ମଦ ପିର୍‌ ଦେଇଥିବା ବିବାଦୀୟ ବୟାନ ଝ଼ଡ଼ ସୃଷ୍ଟି କରିଛି। ଗଣମାଧ୍ୟମକୁ ଗୁରୁବାର ନିଜର ମତ ରଖିବା ଅବସରରେ ଐଜାଜ୍‌ କହିଥିଲେ ଯେ ଆମ ସାମଗ୍ରିିକ ବିଫଳତାରୁ ହିଁ କଶ୍ମୀର ସମସ୍ୟା ଦେଖାଦେବାରେ ଲାଗିଛି। ତେବେ ସେଠାରେ ସମ୍ପ୍ରତି ସକ୍ରିୟ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନାବାଳକ। ଏପରିକି ସେମାନେ ନିଜ କୃତକର୍ମର ପରିଣତି ସମ୍ପର୍କରେ ଅବଗତ ନୁହନ୍ତି। ତେବେ ଏହି ମାଟିର ସେହି ନାବାଳକ ଆତଙ୍କବାଦୀମାନେ ଆମର ଛୋଟ ଭାଇ ପରି ହୋଇଥିବାରୁ ସେମାନେ ସହିଦ। ତେଣୁ ସେମାନଙ୍କ ମୃତ୍ୟୁରେ କଶ୍ମୀରବାସୀ ଖୁସି ହେବା ଆଦୌ ଉଚିତ ନୁହେଁ। ଅପରପକ୍ଷେ, ଐଜାଜ୍‌ଙ୍କ ଏହି ମନ୍ତବ୍ୟକୁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ଦାସ ନକ୍‌ବି ତୀବ୍ର ସମାଲୋଚନା କରିଛନ୍ତି। ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀମାନେ କଶ୍ମୀର, କଶ୍ମୀରବାସୀ, ପ୍ରଗତି ଏବଂ ଶାନ୍ତି ପ୍ରକ୍ରିୟାର ଚରମ ଶତ୍ରୁ। ସେମାନେ କେମିତି ଜଣଙ୍କର ଭାଇ ହୋଇପାରିବ ବୋଲି ନକ୍‌ବି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe