କଶ୍ମୀରରେ ୩୦୦ ଆତଙ୍କବାଦୀ ସକ୍ରିୟ, ଅନୁପ୍ରବେଶ ଅପେକ୍ଷାରେ ୨୫୦

Advertisment
‘କାର୍ ବୋମା’ରୁ ଜେଇଏମ୍‌ର ଆତଙ୍କୀ ପରିଚୟ

Outlook India

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅପରେସନ ଅଲ୍‌ ଆଉଟ୍‌ର ସଫଳତା ସତ୍ତ୍ବେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇ ସହାୟତାରେ ନିୟନ୍ତ୍ରଣ ରେଖା ଅଂଚଳରେ ଚାଲିଥିବା ଆତଙ୍କବାଦୀ ଶିବିରଗୁଡ଼ିକରେ ଏବେ ବହୁ ସଂଖ୍ୟାରେ ଆତଙ୍କବାଦୀ ତାଲିମ ନେଇ ଭାରତରେ ପଶିବାକୁ ମଉକା ଖୋଜୁଛନ୍ତି। ପ୍ରାୟ ୨୫୦ ଆତଙ୍କବାଦୀ ଏବେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବା ପାଇଁ ତୟାର ଥିବା ଜଣାପଡ଼ିବା ପରେ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ କଶ୍ମୀର ଘାଟିରେ ଏବେ ୩ ଶହ ଆତଙ୍କବାଦୀ ସକ୍ରିୟ ରହିଥିବା ଲେପ୍ଟନାଣ୍ଟ ଜେନେରାଲ ଏକେ ଭଟ୍ଟ କହିଛନ୍ତି । ବିଗତ ଦେଢ଼ ବର୍ଷରେ ଉଭୟ ଲସ୍କର ଏବଂ ହିଜବୁଲର ୯ ଜଣ କମାଣ୍ଡରଙ୍କୁ ସେନା ନିପାତ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe