ପଶ୍ଚିମବଙ୍ଗର ଭୋଟର ତାଲିକାରେ ବାଂଲାଦେଶୀ ଆତଙ୍କବାଦୀ

ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ପତନ ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗଠନ ପରଠାରୁ ଲଗାତାର ଅଶାନ୍ତି ଲାଗି ରହିଛି। ଗୋଟିଏ ପଟେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ଅନ୍ୟପଟେ ଉଗ୍ରବାଦୀ ଇସଲାମିକ ସଂଗଠନମାନଙ୍କ ପକ୍ଷରୁ ବିବାଦୀୟ ଭାରତ ବିରୋଧୀ ବୟାନ ସାମ୍ନାକୁ ଆସୁଛି ।

voter

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ପତନ ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗଠନ ପରଠାରୁ ଲଗାତାର ଅଶାନ୍ତି ଲାଗି ରହିଛି। ଗୋଟିଏ ପଟେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ଅନ୍ୟପଟେ ଉଗ୍ରବାଦୀ ଇସଲାମିକ ସଂଗଠନମାନଙ୍କ ପକ୍ଷରୁ ବିବାଦୀୟ ଭାରତ ବିରୋଧୀ ବୟାନ ସାମ୍ନାକୁ ଆସୁଛି । ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ଏବେ ବାଂଲାଦେଶର ଅଶାନ୍ତି ଓ ସମର୍ଥନର ଫାଇଦା ଉଠାଇ ଭାରତର ସୀମାନ୍ତ ରାଜ୍ୟଗୁଡ଼ିକରେ ନିଜର କାର୍ଯ୍ୟକଳାପ ବଢ଼ାଇଥିବା ସୂଚନା ମିଳିଛି।

ବାଂଲାଦେଶ ସୀମାରେ ଥିବା ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଆଦି ରାଜ୍ୟରେ ଆତଙ୍କବାଦୀମାନେ ସ୍ଲିପର ସେଲ୍ ସକ୍ରିୟ କରିଛନ୍ତି ବୋଲି ଗୁଇନ୍ଦା ଅଧିକାରୀମାନେ କହିଛନ୍ତି। ନିକଟରେ ଆସାମ ଏସଟିଏଫ କେରଳରୁ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ବାଂଲାଦେଶର ନାଗରିକ ଥିଲା। ତା ନାଁ ମହମ୍ମଦ ସାଦ୍ ସାଦି ଓରଫ ମହମ୍ମଦ ଶାବ୍ ଶେଖ୍ ବୋଲି ଜଣାପଡ଼ିଛି। ସେ ଅଲ୍ କାଏଦା ଶାଖା ସଂଗଠନ 'ଅନ୍ସାରୁଲ୍ଲା ବଙ୍ଗଳା'ର ଅନ୍ୟତମ ସଦସ୍ୟ ଥିଲା। ଏବେ ଏହି ଆତଙ୍କବାଦୀର ପଶ୍ଚିମବଙ୍ଗ ସମ୍ପର୍କ ପଦାକୁ ଆସିଛି।

ଆତଙ୍କବାଦୀ ମହମ୍ମଦ ଶାବ୍ ଶେଖ୍ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ସହ ସମ୍ପର୍କ ରଖିଛି। ମୁର୍ଶିଦାବାଦର ହରିହରପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ଆତଙ୍କବାଦୀ ଶାବ୍ ଶେଖର ନାମ ରହିଛି। ବାଂଲାଦେଶର ବାସିନ୍ଦା ଶାବ୍ ଶେଖ୍ ପ୍ରାୟ ୧୦ ବର୍ଷ ଧରି ଖିଦିରପୁର ଅଞ୍ଚଳର କେଦାରତାଲା ଗ୍ରାମରେ ରହୁଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe