ଗଭୀର ସମୁଦ୍ରରେ ତାଲିମ୍‌ ନେଉଛନ୍ତି ଜୈଶ ଆତଙ୍କବାଦୀ

ନୌସେନା ଯୁଦ୍ଧ ଜାହାଜକୁ ଟାର୍ଗେଟ୍‌

ଗଭୀର ସମୁଦ୍ରରେ ତାଲିମ୍‌ ନେଉଛନ୍ତି ଜୈଶ ଆତଙ୍କବାଦୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଅନୁଷ୍ଠାନ ଜୈଶ ଏ ମହମ୍ମଦ ଏବେ ଭାରତୀୟ ନୌସେନା ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି। ଗଭୀର ସମୁଦ୍ରରେ ବୁଡ଼ାଳିଙ୍କୁ ତାଲିମ ଦେଇ ଜେଇଏମ୍‌ ଭାରତୀୟ ନୌସନାର ଯୁଦ୍ଧ ଜାହଜ ଉପରେ ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଜଣାଯାଇଛି ଯେ ଏବେ କିଛ ଜୈଶ ଆତଙ୍କବାଦୀ ପାକିସ୍ତାନର ବାହାଓ୍ଵଲପୁର୍‌ ନିକଟରେ ଗଭୀର ସମୁଦ୍ରରେ ତାଲିମ ନେଉଛନ୍ତି। ସେମାନଙ୍କ ପ୍ରଶିକ୍ଷଣ ସରି ଆସିଲାଣି। ନୌସେନାର ବିଭିନ୍ନ ସାମରିକ ସମ୍ପତ୍ତି ଉପରେ ସେମାନେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷ କରି ବାଲିଷ୍ଟି କ୍ଷେପଣାସ୍ତ୍ର ବୁଡ଼ାଜାହାଜ, ଆଇଏନ୍‌ଏସ୍‌ ଅରିହଣ୍ଟ ଏବଂ ଆଇଏନ୍‌ଏସ୍‌ ଅରିଘାତ ଉପରେ ଆକ୍ରମଣ ପାଇଁ ଜୈଶ ଆତଙ୍କବାଦୀ ଯୋଜନା କରିଛନ୍ତି। ଆତଙ୍କବାଦୀଙ୍କ ଏହି ଅଭିଯାନକୁ ଭାରତୀୟ ନୌସେନା ଗମ୍ଭୀରତାର ସହ ନେଇଛି। ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ଅଂଚଳରେ ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଉଛି। ନୌସେନା ଘାଟି ଏବଂ ବନ୍ଦରଗୁଡ଼ିକରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଭୀର ସମୁଦ୍ର ବୁଡ଼ାଳିଙ୍କୁ ଠାବ କରିବାପାଇଁ ସୋନାର ସିଷ୍ଟମ୍‌ ମଧ୍ୟ ମୁତୟନ କରାଯାଇଛି। ଗୁଇନ୍ଦା ବିଭାଗର ଉକ୍ତ ଖବର ପରେ ଭାରତୀୟ ନୌସେନା ବାହିନୀ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ୨୦୦୦ ମସିହାରେ ଆମେରିକାର ଏକ କ୍ଷେପଣାସ୍ତ୍ର ବିଧ୍ୱଂସୀ ୟୁଏଏସ୍‌ କୋଲ୍‌ ଜାହଜ ଉପରେ ଅଲକଏଦା ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୧୭ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe