ଘଞ୍ଚ ଜଙ୍ଗଲରେ ୨୨ଘଣ୍ଟା ଚାଲିଥିଲେ ଆତଙ୍କୀ: ଏକେ-୪୭, ଏମ୍‌-୪ ଆସଲ୍ଟ ରାଇଫଲ୍‌ ବ୍ୟବହାର କରିଥିଲେ

Advertisment

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣର ତଦନ୍ତରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣର ତଦନ୍ତରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।

dssdcxd

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣର ତଦନ୍ତରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ  ୨୨ ଘଣ୍ଟା ଧରି ଘଞ୍ଚ ଜଙ୍ଗଲରେ ଚାଲିଚାଲି ଓ ଅନେକ ପାହାଡ଼ ଅତିକ୍ରମ କରି ଆତଙ୍କବାଦୀମାନେ ବୈସାରଣ ଉପତ୍ୟକାରେ ପହଞ୍ଚି ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ଅତି ବର୍ବର ଆକ୍ରମଣ କରିଥିଲେ। 

ଏକେ-୪୭, ଏମ୍‌-୪ ଆସଲ୍ଟ ରାଇଫଲ୍‌ ବ୍ୟବହାର କରିଥିଲେ
ସହାୟତା କରିଥିବା ୧୫ ସ୍ଥାନୀୟ ଆତଙ୍କୀ ଚିହ୍ନଟ ହେଲେଣି

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହି ଆକ୍ରମଣର ତଦନ୍ତ କରୁଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଥୋକର୍‌ର ସହାୟତା ନେଇ ପାହାଡ଼ିଆ ଦୁର୍ଗମ ରାସ୍ତାରେ ୨୨ ଘଣ୍ଟା ଚାଲିବା ପରେ ‌ବୈସାରଣ ପହଞ୍ଚିଥିଲେ। ଫୋରେନସିକ୍ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଆତଙ୍କବାଦୀମାନେ ଅତ୍ୟାଧୁନିକ ଏକେ-୪୭ ଓ ଏମ୍-୪ ଆସଲ୍ଟ ରାଇଫଲ ବ୍ୟବହାର କରିଥିଲେ। ଯାହାର ଗୁଳି ଘଟଣାସ୍ଥଳରୁ ଜବତ କରାଯାଇଛି। ପ୍ରମାଣ ଭାବରେ ଏହି କାଟ୍ରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏନ୍‌ଆଇଏ ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ଏହି ଘଟଣା ଘଟାଇଥିବା ବେଳେ ଜଣେ ସ୍ଥାନୀୟ ଫଟୋଗ୍ରାଫର ପୂରା ଆକ୍ରମଣର ଭିଡିଓ ରେକର୍ଡ କରିଥିଲେ । ସେହି ସମୟରେ ସେ ନିଜକୁ ବଞ୍ଚାଇବା ପାଇଁ ଏକ ଗଛ ଉପରେ ଚଢ଼ିଯାଇଥିଲେ।

ତଦନ୍ତ ପାଇଁ ଏହି ଭିଡିଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏହା ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ମଧ୍ୟ ସହାୟକ ହେବ। ଆକ୍ରମଣ ସମୟରେ ସେଠାରେ  ସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ତାଙ୍କ ପରିବାର ସହ ଛୁଟି କାଟୁଥିଲେ। ସେ ଜମ୍ମୁ-କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି ଏବଂ ଘଟଣା ସମ୍ପର୍କରେ ଏଜେନ୍ସିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପହଲଗାମ ଆକ୍ରମଣରେ କାଶ୍ମୀରର କିଛି ସ୍ଥାନୀୟ ଲୋକଙ୍କର ମଧ୍ୟ ସମ୍ପୃକ୍ତି ଥିବା ଏଜେନ୍ସିମାନେ ଦାବି କରିଛନ୍ତି। ସର୍ଭେଲାନ୍ସ ଜରିଆରେ ଅତି କମ୍‌ରେ ୧୫ ଜଣ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁ) ଏବଂ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe