Image Courtesy of India Today
ଶ୍ରୀନଗର: ଜଣେ ଦୋକାନୀକୁ ହତ୍ୟା କରିବାକୁ ବାହାରିଥିବା ଜଣେ ଆତଙ୍କବାଦୀ ଗୁଳି ଚୋଟରେ ନିହତ ହୋଇଥିବା କଥା ଆଜି ଜମ୍ମୁ ଓ କଶ୍ମୀର ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଶ୍ରୀନଗର ଠାରୁ ପ୍ରାୟ ୫୦ କିଲୋମିଟର ଦୂର ବାରମୂଳାରେ ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ସମୟରେ ସେ ଆତଙ୍କବାଦୀଜଣକ ନିହତ ହୋଇଛନ୍ତି। ଏ ମାସର ପ୍ରାରମ୍ଭରେ ବିହାରରୁ ଆସିଥିବା ଦୁଇଜଣ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡରେ ମଧ୍ୟ ଉକ୍ତ ଆତଙ୍କବାଦୀ ଜଡ଼ିତ ଥିଲା।
ଆଜି ସକାଳେ ବାରମୂଳା ଅନ୍ତର୍ଗତ ଚେରଦାରିରେ ଦଳେ ଆତଙ୍କବାଦୀ ସେନାର ‘ଏରିଆ ଡୋମିନେସନ୍ ପାଟ୍ରୋଲ୍’ (ଏଡିପି) ପାର୍ଟି ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଦଳ ଉପରକୁ ଗୁଳି ଚଳାଇବାରୁ ଭୀଷଣ ଗୁଳିବିନିମୟ ଆରମ୍ଭ ହୋଇଥିଲା।
Image Courtesy of NDTVନିହତ ଆତଙ୍କବାଦୀ ପାଖରୁ ଗୋଟାଏ ପିସ୍ତଲ, ଗୋଟାଏ ଗୁଳି ଭରା ମ୍ୟାଗାଜିନ୍ ଓ ଗୋଟାଏ ଗ୍ରେନେଡ୍ ଉଦ୍ଧାର କରାଯାଇଛି।
ଏ ସଂକ୍ରାନ୍ତରେ ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ ଲେଖିଛି, ନିହତ ଆତଙ୍କବାଦୀଜଣକ ସଙ୍କର କିସମର (ହାଇବ୍ରିଡ୍ ଟାଇପ୍) ଏବଂ ସେ ହେଉଛନ୍ତି କୁଲଗାମ୍ ଜିଲ୍ଲାର ଜାେଓ୍ଵଦ୍ ଆହ୍ ଓ୍ଵାନି। ଓ୍ଵାନ୍ପୋରେ ଦୁଇଜଣ ବିହାରୀ ଶ୍ରମିକଙ୍କୁ ହତ୍ୟା କରିବାରେ ସେ ଗୁଲ୍ଜାର ନାମରେ ଜଣେ ଆତଙ୍କବାଦୀଙ୍କୁ ସହଯୋଗ କରିଥିଲା। ଅକ୍ଟୋବର ୨୦ ତାରିଖ ଦିନ ଗୁଲ୍ଜାର୍ଙ୍କୁ ହତ୍ୟା କରାଯାଇଥିଲା। ଜଣେ ଦୋକାନୀଙ୍କୁ ହତ୍ୟା କରିବା ନିମନ୍ତେ ସେ ବାରମୂଳା ଯାଉଥିଲା।
Follow Us