Image Courtesy of TOI
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ସୁଞ୍ଜଓ୍ଵାନ୍ ଅଞ୍ଚଳରେ ଥିବା ଆର୍ମି କ୍ୟାମ୍ପ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଆହତ ହୋଇଥିବା ତିନ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ସୈନିକ ଏବଂ ତାଙ୍କ ଝିଅ।
ଶନିବାର ପ୍ରତ୍ୟୁଷରେ ଆତଙ୍କବାଦୀମାନେ କ୍ୟାମ୍ପ୍ ମଧ୍ୟକୁ ବଳପୂର୍ବକ ପ୍ରବେଶ କରି ଗୁଳି ଚଳାଇଥିଲେ ବୋଲି ଜମ୍ମୁ ଆଇଜିପି ଏସ୍ଡି ସିଂହ ଜାମ୍ଓ୍ଵାଲ୍ କହିଛନ୍ତି। ବହୁ ଏକର ଜମିରେ ଅବସ୍ଥିତ ଏହି ମିଲ୍ଟାରି ଷ୍ଟେସନ୍ ଜମ୍ମୁର ମଧ୍ୟ ଭାଗରେ ଅବସ୍ଥିତ। ସେଠାରେ ଆବାସିକ କ୍ୱାର୍ଟର୍ସ ଏବଂ ସ୍କୁଲ୍ ରହିଛି।
ଏ ବର୍ଷ ପ୍ରଥମ ଥର ପାଇଁ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଏହି ଆକ୍ରମଣ ଫିଦାୟୀନ୍ ଆକ୍ରମଣ ହୋଇ ଥାଇ ପାରେ ବୋଲି ମନେ କରାଯାଉଛି।
ପାହାନ୍ତା ପ୍ରାୟ ୪. ୫୫ ମିନିଟ୍ରେ ସେଠାରେ ସନ୍ଦିଗ୍ଧ ଯାତାୟାତ ଦୃଷ୍ଟିକୁ ଆସିଥିଲା। କେତେ ସଂଖ୍ୟକ ଆତଙ୍କବାଦୀ ଆକ୍ରମଣ କରିଥିଲେ ସେ ସମ୍ବନ୍ଧରେ ସେ କୌଣସି ସୂଚନା ଦେଇ ନାହାନ୍ତି।
କ୍ୟାମ୍ପ୍ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭୁଥିଲା ଏବଂ ସେ ଅଞ୍ଚଳକୁ ନିରାପତ୍ତା ବଳ କର୍ଡନ କରିଛନ୍ତି। ଏବେ ସେଠାରେ ଗୁଳି ଫୁଟିବା ବନ୍ଦ ହୋଇଯାଇଥିବା ଜଣା ପଡ଼ିଛି।
Follow Us