କାଜିଗୁଣ୍ଡରେ ସେନା ଉପରକୁ ଆତଙ୍କବାଦୀଙ୍କ ହମ୍‌ଲା, ଗୁଳିବିନିମୟ ଜାରି ରହିଛି

କାଜିଗୁଣ୍ଡରେ ସେନା ଉପରକୁ ଆତଙ୍କବାଦୀଙ୍କ ହମ୍‌ଲା,  ଗୁଳିବିନିମୟ ଜାରି ରହିଛି

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କାଜିଗୁଣ୍ଡରେ ଆତଙ୍କବାଦୀମାନେ ଭାରତୀୟ ସେନାର ଏକ ଦଳ ଉପକୁ ସୋମବାର ଆକସ୍ମିକ ଭାବେ ଆକ୍ରମଣ କରିଛନ୍ତି। ଏହାପରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଏହି ଆକ୍ରମଣର ପାଲଟା ଜବାବ ଦିଆଯାଇଛି । ଏବେ ବି ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟ ଗୁଳିବିନିମୟ ଜାରି ରହିଛି।

ସୂଚନାଯୋଗ୍ୟ, ସୋମବାର ସେନାର ଏକ ଦଳ ଉପରେ ଆକ୍ରମଣ ହେବା ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର୍‌ ଗୁଳିବିନିମୟ ଚାଲିଛି। ତିନିଜଣ ଆତଙ୍କବାଦୀ ନିକଟସ୍ଥ ଏକ କୋଠାରେ ଲୁଚିଥିବା ନେଇ ସୂଚନା ପାଇବା ପରେ ସେମାନଙ୍କୁ ଧରିବା ପାଇଁ ସେନା ଅପରେସନ୍‌ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଭିନ୍ନଭିନ୍ନ ଘଟଣାରେ ୫ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ବଡଗାମ ଜିଲ୍ଲାରେ ଚାରିଜଣ ଆତଙ୍କବାଦୀ ଓ ବାରାମୁଲାର ସୋପୋରରେ ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ଆତଙ୍କବାଦୀ ପୁଲବାମା ତହବରେ ୧୮୨ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ ଦଳ (ସିଆର୍‌ପିଏଫ୍‌) ଶିବିରରେ ଉପରେ  ଗୁଳିମାଡ କରିଥିବା ଖବର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe