ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ହୋଇଥିବା ବୋମା ବିସ୍ଫୋରଣ ମାମଲା ସଡ଼ିତ ଜଡ଼ିତ ଆଉ ଏକ ବଡ଼ ଖୁଲାସା ହୋଇଛି।
ସୁରକ୍ଷା ଏଜେନ୍ସିଗୁଡ଼ିକର ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ଫୋରଣ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ଗିରଫ ମହିଳା ଡାକ୍ତର ଶାହିନଙ୍କ ମାଧ୍ୟମରେ ମଡ୍ୟୁଲକୁ ଦିଆଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଆତଙ୍କବାଦୀ ଶାହିନ ଏହି ଆକ୍ରମଣ ପାଇଁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇଥିଲା। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଏ ଦିଗରେ ତଦନ୍ତ କଡ଼ାକଡ଼ି ହୋଇଛି।
ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଇଥିଲା ପାଣ୍ଠି
ଦିଲ୍ଲୀରେ ଏହି ବିସ୍ଫୋରଣକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ଆତ୍ମଘାତୀ ଆକ୍ରମଣ ଭାବରେ ବିଚାର କରୁଛନ୍ତି। ଆତଙ୍କବାଦୀ ଉମର ମହମ୍ମଦ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଆଇ୨୦ କାରରୁ ବିସ୍ଫୋରଣ ଘଟାଇଥିଲା। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।
ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ମହମ୍ମଦ ଉମର ନବି ବିଶ୍ବବିଦ୍ୟାଳୟର ମେଡିକାଲ କଲେଜରେ ଜଣେ ସହକାରୀ ପ୍ରଫେସର ଥିଲା। ଏହି ଘଟଣାରେ ଗିରଫ ହୋଇଥିବା ଅନ୍ୟ ୨ ଜଣ ଡାକ୍ତର ମୁଜାମିଲ ସକିଲ ଏବଂ ଶାହିନ ସାହିଦ ମଧ୍ୟ ଏହି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିଥିଲେ। ଉଭୟଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ପ୍ରଚୁର ପରିମାଣର ଗୋଳାବାରୁଦ ସହ ଗିରଫ କରାଯାଇଛି।
ସୁରକ୍ଷା ଏଜେନ୍ସିଗୁଡ଼ିକର ବିଶ୍ୱସ୍ତ ସୂତ୍ର ସୂଚନା ପାଇଛନ୍ତି କି ଜୈଶ ଆତଙ୍କବାଦୀ ଉମର ମହମ୍ମଦ ଜଣେ "ଜୋତା ବୋମା ବିସ୍ଫୋରଣକାରୀ" ହୋଇପାରେ। କାରଣ ବିସ୍ଫୋରଣ ସ୍ଥଳରେ ଉମର ମହମ୍ମଦର ଆଇ୨୦ କାରର ଡ୍ରାଇଭର ସିଟ୍ ତଳେ ଡାହାଣ ସାମ୍ନା ଟାୟାରରୁ ଏକ ଜୋତା ଉଦ୍ଧାର କରାଯାଇଛି। ଏହି ଜୋତାରେ ଏକ ଧାତୁ ପରି ପଦାର୍ଥ ଥିବା ଚିହ୍ନଟ ହୋଇଛି। ଯାହା ବିସ୍ଫୋରଣର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୦୧ରେ ପ୍ୟାରିସରୁ ମିଆମି ଯାଉଥିବା ଏକ ଆମେରିକୀୟ ଏୟାରଲାଇନ୍ସ ବିମାନରେ ରିଚାର୍ଡ ରିଡ୍ ନାମକ ଜଣେ ଜୋତା ବିସ୍ଫୋରଣକାରୀ ତାର ଜୋତାରେ ଏକ ବିପଜ୍ଜନକ ବିସ୍ଫୋରକ ନେଇଯାଉଥିବା ବେଳେ ଧରାପଡ଼ିଥିଲା। ଯାହାଫଳରେ ସେ ବିସ୍ଫୋରଣ କରିବାରେ ବିଫଳ ହୋଇଥିଲା। ସମାନ ଢାଞ୍ଚା ଅନୁସରଣ କରି ବୋଧ ହୁଏ ଉମାର ମହମ୍ମଦ ଜୋତା ବିସ୍ଫୋରଣକାରୀ ଭାବରେ ନିଜକୁ ଉପସ୍ଥାପନ କରି ବିସ୍ଫୋରଣ କରିବାର ଯୋଜନା ରଖିଥିଲା ବୋଲି ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି।
ଅଧିକପଢ଼ନ୍ତୁ:ଚର୍ଚ୍ଚାରେ ମୋମୋ ବିକ୍ରେତାଙ୍କ ରୋଜଗାର
ଅଧିକପଢ଼ନ୍ତୁ:ଶୀତଦିନରେ ଓଠର ନିଅନ୍ତୁ ଯତ୍ନ: ଘରେ ବନାନ୍ତୁ ଲିପ୍ବାମ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/17/a57d7142-e955-49d7-b5fd-474944ca3315-2025-11-17-18-51-20.jpg)