ବେଙ୍ଗାଲୁରୁ: ଦିନକୁ ଦିନ ମୋମୋର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମେ ମେଟ୍ରୋ ସିଟିମାନଙ୍କରେ ମୋମୋ ମିଳୁଥିବା ବେଳେ ଏବେ ସହର ଠାରୁ ଆରମ୍ଭ କରି ଗାଁର ଗଳିଗଳିରେ ମୋମୋ ବିକ୍ରି ହେବା ଆରମ୍ଭ ହୋଇଗଲାଣି।
ବେଙ୍ଗାଲୁରୁର ଜଣେ ମୋମୋ ବିକ୍ରେତାଙ୍କ ରୋଜଗାରା ଚର୍ଚ୍ଚାର ପରିସରରେ ରହିଛି। ଇନଷ୍ଟାଗ୍ରାମରେ cassiusclydepereiraନାମକ ଜଣେ କ୍ରିଏଟର ଏକ ଭିଡିଓଟି ସେୟାର କରିଛନ୍ତି। ଏଥିରେ ସେ ବେଙ୍ଗାଲୁରୁର ରାସ୍ତାପାର୍ଶ୍ବରେ ଷ୍ଟଲ ଲଗାଇ ମୋମୋ ବିକ୍ରି କରୁଥିବା ବ୍ୟକ୍ତି ଜଣକ ପ୍ରତିଦିନ ୧୦୪,୫୦୦ ଟଙ୍କା ରୋଜଗାର କରୁଥିବା ସୂଚିତ କରିଛନ୍ତି।
ମୋମୋ ବିକ୍ରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର
ଭିଡିଓରେ ଦେଖିବାକୁ ମିଳୁଥିବା ମୋମୋ ବିକ୍ରେତାଙ୍କ କହିବାନୁସାରେ, ମୁଁ ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମୋ ଷ୍ଟଲ ଖୋଲିଥାଏ। ଘଣ୍ଟାଏ ଭିତରେ ମୋର ୧୦୦ରୁ ଅଧିକ ପ୍ଲେଟ୍ ବିକ୍ରି ହୋଇଯାଇଥାଏ। ପ୍ରତ୍ୟେକ ପ୍ଲେଟର ମୂଲ୍ୟ ୧୧୦ଟଙ୍କା ରହିଛି।’
https://www.instagram.com/p/DQmKBUeEga4/?utm_source=ig_embed&utm_campaign=invalid&ig_rid=21f18540-c288-4581-9b6d-b5513de255f7
ଭିଡିଓରେ, କଣ୍ଟେଣ୍ଟ କ୍ରିଏଟର୍ କେସି ବିକ୍ରେତାଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳୁଛି। କେସି ବିକ୍ରେତାଙ୍କୁ ପ୍ଲେଟ୍ ସଜାଡ଼ିବା ଠାରୁ ଆରମ୍ଭ କରି ମୋମୋ ଭାଜିବା ଏବଂ ଗ୍ରାହକଙ୍କୁ ପ୍ଲେସ ପରସି ଦେବା ଇତ୍ୟାଦି କାମରେ ସାହାଯ୍ୟ କରୁଥିବା ନଜର ଆସୁଛି।
ଏହି କ୍ରମରେ ଦେଖିବାକୁ ଗଲେ ମୋମୋ ତିଆରି ବ୍ୟବସାୟ ଅନେକ ମହିଳା ଓ ପୁରୁଷ ଆତ୍ମନିର୍ଭରଶୀଳ ହେବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଆନନ୍ଦପୁର ପୌରାଞ୍ଚଳ ଫକିରପୁରରେ ବସବାସ କରୁଥିବା ଦମ୍ପତି ଗୋବିନ୍ଦ ଦାସ ଓ ତାଙ୍କ ସ୍ତ୍ରୀ ସସ୍ମିତା ଦାସ ମୋମୋ ତିଆରି କରି ତାହାର ବ୍ୟବସାୟରେ ସ୍ବାବଲମ୍ବୀ ହେବା ସହ ଭଲ ଦୁଇପଇସା ରୋଜଗାଦର କରି ପାରୁଛନ୍ତି।
ଫକିରପୁର ଏହି ଯୁବ ଦମ୍ପତି ଦୀର୍ଘ ବର୍ଷ ହେବ ନେପାଳରେ ରହୁଥିଲେ। ସସ୍ମିତା ସେହିଠାରେ ନିଜ ସାଙ୍ଗସାଥୀ ଓ ପଡ଼ିଶାଙ୍କ ଠାରୁ ମୋମୋ ତିଆରି କରିବା କଳାକୌଶଳ ପାଇଥିଲେ। ଫକିରପୁର ସ୍ଥିତ ନିଜ ଘରକୁ ଫେରି ଆସିବା ପରେ ଉକ୍ତ ଦମ୍ପତି ନିଜର ମୋମୋ ବ୍ୟବସାୟ ଆରମ୍ଭ କରିଥିଲେ।
ଅଧିକପଢ଼ନ୍ତୁ:ପୁଣି ଖସିଲା ପାରଦ: ବଢିଲା ଶୀତ
ଅଧିକପଢ଼ନ୍ତୁ:ସୋସିଆଲ ମିଡିଆକୁ ବାଏ ବାଏ କହିଲେ ତନିଷ୍କ ବାଗଚୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/17/download-2025-11-17-17-55-59.jpg)