ପୁଣି ପୁଲଓ୍ଵାମାରେ ମାତିଲେ ଆତଙ୍କବାଦୀ: ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଫିଙ୍ଗିଲେ ଗ୍ରେନେଡ୍‌

Advertisment
ପୁଣି ପୁଲଓ୍ଵାମାରେ ମାତିଲେ ଆତଙ୍କବାଦୀ: ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଫିଙ୍ଗିଲେ ଗ୍ରେନେଡ୍‌

Photo Credits: ANI

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି। ପୁଲଓ୍ଵାମାସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ନିକଟରେ କିଛି ଆତଙ୍କବାଦୀ ସିଆର୍‌ପିଏଫ୍‌ ଯବାନଙ୍କର ଏକ ଦଳ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିବା ସୂଚନା ରହିଛି। ଏହି ଗ୍ରେନେଡ୍‌ ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ୍‌କୁ ଯବାନମାନେ ଜଗିଥିବା ବେଳେ ଏହି ଆକ୍ରମଣ ଘଟିଛି।

ଆଜି ସକାଳୁ ଜମ୍ମୁ-କଶ୍ମୀରର ବନିହାଲ୍‌ ଜିଲ୍ଲାର ରାଜପଥରେ ଏକ କାର୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଉକ୍ତ ଗାଡ଼ିଟ ସାମାନ୍ୟ ପ୍ରଭାବିତ ହୋଇଥିଲା। ସକାଳ ପ୍ରାୟ ୧୦.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଗାଡ଼ି ଭିତରେ ଥିବା ଗ୍ୟାସ୍‌ ସିଲିଣ୍ଡର ହେତୁ ଏହି ବିସ୍ଫୋରଣ ହୋଇଥିବା ଜାଣିବାକୁ ମିଳିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରଚଆରି ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ କିଛି ଦିନ ଅନ୍ତରରେ ସୀମାରେ ଆତଙ୍କବାଦୀମାନେ ଆକ୍ରମଣ କରିବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe