ସମର୍ଥନରେ ଆତଙ୍କବାଦୀ ପନ୍ନୁ: ଖଲିସ୍ତାନ ଦାବିକୁ ଯଥାର୍ଥ ଦର୍ଶାଇଲା

ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ଗୁରପତୱନ୍ତ ସିଂହ ପନ୍ନୁ କହିଛି ଯେ ଭାରତରେ ଜଣେ ଶିଖ୍‌ଙ୍କୁ ପଗଡ଼ି କିମ୍ବା କଡ଼ା ପିନ୍ଧିବାର ଅନୁମତି ବିଷୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ସାହସିକ ମନ୍ତବ୍ୟ ପୃଥକ୍‌ ଖଲିସ୍ତାନୀ ରାଷ୍ଟ୍ର ଦାବିକୁ ଯଥାର୍ଥ ପ୍ରତିପାଦିତ କରୁଛି।

hhffhfhttt

ନୂଆଦିଲ୍ଲୀ: ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ଗୁରପତୱନ୍ତ ସିଂହ ପନ୍ନୁ କହିଛି ଯେ ଭାରତରେ ଜଣେ ଶିଖ୍‌ଙ୍କୁ ପଗଡ଼ି କିମ୍ବା କଡ଼ା ପିନ୍ଧିବାର ଅନୁମତି ବିଷୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ସାହସିକ ମନ୍ତବ୍ୟ ପୃଥକ୍‌ ଖଲିସ୍ତାନୀ ରାଷ୍ଟ୍ର ଦାବିକୁ ଯଥାର୍ଥ ପ୍ରତିପାଦିତ କରୁଛି। ସୋମବାର ଭର୍ଜିନିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସ ନେତା କହିଥିଲେ, ‘ଭାରତରେ ଲଢ଼େଇ ହେଉଛି ଜଣେ ଶିଖ୍‌ଙ୍କୁ ପଗଡ଼ି ପିନ୍ଧିବାକୁ ଅନୁମତି ଦିଆଯିବ କି ନାହିଁ କିମ୍ବା ଜଣେ ଶିଖ୍‌ଙ୍କୁ କଡା ପିନ୍ଧିବାକୁ କିମ୍ବା ଗୁରୁଦ୍ୱାର ଯିବାକୁ ଅନୁମତି ଦିଆଯିବ କି ନାହିଁ। ଏହି ଲଢ଼େଇ କେବଳ ଶିଖ୍‌ମାନଙ୍କ ପାଇଁ ନୁହେଁ, ବରଂ ସବୁ ଧର୍ମ ପାଇଁ।’ ରାହୁଲଙ୍କ ଏଭଳି ବିଭ୍ରାନ୍ତିକର ବୟାନକୁ ନେଇ ଦେଶରେ ଜୋରଦାର ବିରୋଧ ହେଉଥିବା ବେଳେ ରାହୁଲଙ୍କ ବୟାନକୁ ଦୃଢ଼ ସମର୍ଥନ କରି ଆତଙ୍କବାଦୀ ପନ୍ନୁ  ଖଲିସ୍ତାନ ଗଠନ ଦାବିକୁ ଦୋହରାଇଛି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ପନ୍ନୁ କହିଛି ଯେ ଭାରତରେ ଶିଖ୍‌ମାନଙ୍କ ଅସ୍ତିତ୍ୱ ପ୍ରତି ବିପଦ ବିଷୟରେ ଗାନ୍ଧୀଙ୍କ ବୟାନ କେବଳ ସାହସିକ ଓ ଅଗ୍ରଣୀ ନୁହେଁ, ବରଂ ତାହା ୧୯୪୭ ମସିହାରୁ ଭାରତରେ କ୍ରମାଗତ ଶାସନ କାଳରେ ଶିଖ୍‌ମାନେ କିଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହାର ବାସ୍ତବ ଇତିହାସ ଉପରେ ଆଧାରିତ। ଏକ ସ୍ବତନ୍ତ୍ର ଶିଖ୍ ଦେଶ ‘ଖଲିସ୍ତାନ’ ପ୍ରତିଷ୍ଠା ପାଇଁ ପଞ୍ଜାବ ସ୍ୱାଧୀନତା ଗଣମତର ଯଥାର୍ଥତା ଉପରେ ଏସ୍‌ଏଫ୍‌ଜେ (ଶିଖ୍ ଫର୍ ଜଷ୍ଟିସ୍)ର ଆଭିମୁଖ୍ୟକୁ ମଧ୍ୟ ଏହା ସମର୍ଥନ କରୁଛି। ଶିଖ୍ ଫର୍ ଜଷ୍ଟିସ୍ ହେଉଛି ପନ୍ନୁ ଦ୍ୱାରା ପରିଚାଳିତ   ଏକ ଭାରତ ବିରୋଧୀ ସଂଗଠନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe