Advertisment

ଜମ୍ମୁ-କଶ୍ମୀରରେ ୨ ନାଗରିକଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କଲେ ଅତଙ୍କବାଦୀ

Advertisment
ଜମ୍ମୁ-କଶ୍ମୀରରେ ୨ ନାଗରିକଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କଲେ ଅତଙ୍କବାଦୀ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ଲାଗି ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ସୋମବାର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ତ୍ରାଲ୍ ସେକ୍ଟରରେ ଦୁଇ ଜଣ ନାଗରିକଙ୍କୁ ଅପହରଣ କରି ହତ୍ୟା କରିଥିବା ଜଣାପଡ଼ିଛି। ଆତଙ୍କବାଦୀମାନ ଗୁଜ୍ଜର ସଂପ୍ରଦାୟର ଅବ୍‌ଦୁଲ୍‌ କ୍ୱାଦିର କୋହଲି ଓ ମଞ୍ଜୁର ଅହମ୍ମଦ କୋହଲିଙ୍କୁ ଅଗଷ୍ଟ ୨୦ ତାରିଖରୁ ଅପହରଣ କରି ନେଇଥିଲେ। ସେବେଠାରୁ ସୁରକ୍ଷା କର୍ମୀ ସେମାନଙ୍କୁ ଖୋଜୁଥିଲେ। ଆଜି ସେମାନଙ୍କ ଶବ ନିକଟସ୍ଥ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଅବ୍‌ଦୁଲ୍‌ କ୍ୱାଦିର କୋହଲି ଏବଂ ମଞ୍ଜୁର ଅହମ୍ମଦ କୋହଲିଙ୍କ ଘର ପୁଞ୍ଚରେ। ସେମାନଙ୍କୁ ଆତଙ୍କବାଦୀ ଅପହରଣ କରି ନେଇ ପରେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ସୋମବାର ସଂଧ୍ୟା ପ୍ରାୟ ୭.୩୦ରେ ଏପରି ଘଟିଛି। ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦ ଘଟିବା ପରେ ଏହା ହେଉଛି ପ୍ରଥମ ଆତଙ୍କବାଦୀ ଆକ୍ରମଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe