କିଛି ଗୁଇନ୍ଦାଙ୍କ ସୂଚନା, ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଦାଉଦ ସହାୟତାରେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇବ

Advertisment
କିଛି ଗୁଇନ୍ଦାଙ୍କ ସୂଚନା, ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଦାଉଦ ସହାୟତାରେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇବ

ନୂଆଦିଲ୍ଲୀ: ପଳାତକ ଆତଙ୍କବାଦୀ ଦାଉଦକୁ ନେଇ ଏବେ ସାରା ବିଶ୍ୱ ପୁଣିଥରେ ଚିନ୍ତା କରିବାର ସମୟ ଆସିଛି । ଆତଙ୍କବାଦୀ ସହ ସୁସଂପର୍କରେ ଥିବା ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଦାଉଦ ସହାୟତାରେ ଆତଙ୍କବାଦୀଙ୍କ ପାଖରେ ପହଂଚାଇବ ବୋଲି କିଛି ଗୁଇନ୍ଦା ସୂଚନା ମିଳିଛି । ପରମାଣୁ ବୈଜ୍ଞାନିକ ଏକ୍ୟୁ ଖାନଙ୍କ ପାଇଁ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଆମେରିକା ସିନେଟରେ ଶୁଣାଣି ବେଳେ ସିନେଟର ଜନ ମେକ୍କନ କହିଥିଲେ କି ପାକିସ୍ତାନ ଠାରୁ ଆତଙ୍କବାଦୀମାନେ ପରମାଣୁ ଅସ୍ତ୍ର ପାଇବାକୁ ସକ୍ଷମ ହୋଇପାରନ୍ତି ।

ଏନେଇ କାଉଣ୍ଟର ଟେରୋରିଜିମ୍ ବିଶେଷଜ୍ଞଙ୍କ କହିବା କଥା ଏହା ଏକ ବାସ୍ତବ ଚିନ୍ତା, ପାକିସ୍ତାନ ଅଧିକାରୀ ବାରମ୍ବାର କହୁଛନ୍ତି କି ସେମାନଙ୍କ ଦେଶରେ ଥିବା ପରମାଣୁ ଅସ୍ତ୍ର କଡା ସୁରକ୍ଷା ଭିତରେ ରହିଛି । ହେଲେ ସେମାନଙ୍କୁ ବିଶ୍ୱାସ କରିବାକୁ ବିଶ୍ୱବାସୀ ଉଚିତ ମନେ କରିବା କଥା ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ସେ କହିଛନ୍ତି କି ଯେତେବେଳେ ଆମେ ଦାଉଦ ଇବ୍ରାହିମ ଏବଂ ପାକିସ୍ତାନର ଆତଙ୍କୀ ସଂଗଠନ ଏବଂ ଏକ୍ୟୁ ଖାନ ମାଧ୍ୟମରେ ପାକିସ୍ତାନର ନିଜସ୍ୱ ପରମାଣୁ କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ସୃଷ୍ଟି ହୋଇଥିବା କଳାବଜାରୀ ମଧ୍ୟରେ ଯୋଗସୂତ୍ର ଦେଖିବାକୁ ମିଳୁଛି ସେତେବେଳେ ଏହା ବିଶ୍ୱ ପାଇଁ ଚିନ୍ତା କରିବାର ସମୟ ଆସିଛି । କାରଣ ଥରେ ଏହା ଆତଙ୍କବାଦୀଙ୍କ ହାତରେ ପଡିଗଲେ ବିଶ୍ୱବାସୀଙ୍କ ପାଇଁ ଏହା କେତେ ବିପଦ ଜନକ ହେବ ତାହା ପୂର୍ବରୁ ନାଗାସାକ୍ଷୀ ଓ ହିରୋସୀମା ଘଟଣାରୁ ଅନୁମାନ କରାଯାଇ ପାରିବ ।

ବିଶେଷଜ୍ଞଙ୍କ କହିବା କଥା କି ଆତଙ୍କବାଦୀଙ୍କ ଉପରେ ରୋକ ଲଗାଇବା ଏବେ ପାକିସ୍ତାନ ସରକାରଙ୍କ ସମର୍ଥ ବାହାରେ । ପାକିସ୍ତାନର ସେନା, ଗୁଇନ୍ଦା ସଂସ୍ଥା ଆଗରେ ପାକିସ୍ତାନ ସରକାରଙ୍କ ଅଧିକାର ସୀମିତ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe