ଶ୍ରୀନଗର: ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ

Advertisment
ଶ୍ରୀନଗର: ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଅପରାହ୍ନରେ ଶ୍ରୀନଗରର ଏକ ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଘଟଣା ପରେ ଡାକ୍ତରଖାନା ଏବଂ ଏହାର ହଷ୍ଟେଲଗୁଡ଼ିକୁ ଘେରାବନ୍ଦୀ କରାଯାଇଛି। ତେବେ ଆତଙ୍କବାଦୀମାନେ ଏହି ଅଞ୍ଚଳରେ ଉପସ୍ଥିତ ଥିବା ସାଧାରଣ ନାଗରିକଙ୍କ ସୁଯୋଗ ନେଇ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ ବୋଲି ପୁଲିସ କହିଛି। ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ଯବାନ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବେମିନାର ଏସକେଆଇଏମଏସ ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆଜି ଅପରାହ୍ନରେ ଗୁଳି ବିନିମୟ ହୋଇଥିଲା। ତେବେ, ସାଧାରଣ ନାଗରିକଙ୍କ ଉପସ୍ଥିତିର ସୁଯୋଗ ନେଇ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ ବୋଲି ଶ୍ରୀନଗର ପୁଲିସ ଟ୍ଵିିଟ୍‌ କରି କହିଛି। ଏହି ଗୁଳିବିନିମୟ ଘଟଣାରେ ଜଣେ ସାଧାରଣ ନାଗରିକ ଗୁରୁତର ହୋଇ ଏବେ ଡାକ୍ତଖାନାରେ ଚିକିତ୍ସିତ ହେଉଥିବା ବେଳେ ଘଟଣାର ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe